top of page

Ahe ananto asimo

ଆହେ ଅନନ୍ତ ଅସୀମ

ତୁମରି ମଧୁର ପ୍ରେମ

କେ କରି ପରେ ବର୍ଣ୍ଣନ

ତୁମ ପ୍ରେମ ପାଇ ଧନ୍ୟ

ଏ ଧରାଧାମ


କାଗଜ ହୁଅନ୍ତା ଯଦି ଆକାଶର ବକ୍ଷ

ଲେଖନୀ ହୁଅନ୍ତା ଯଦି ପ୍ରତି ଲତା ବୃକ୍ଷ

ସାଗରର ନିର ନେଇ ସେ ଲେଖନୀ ଯାକ

ପ୍ରତିଟି ମଣିଷ ଯଦି ହୁଅନ୍ତେ ଲେଖକ

ତଥାପି ସରନ୍ତା ନାହିଁ

ଆକାଶର ସୀମା ଡେଇଁ

ବର୍ଣ୍ଣିବାକୁ ପ୍ରଭୁ ତୁମ ଅମୃତ ପ୍ରେମ


ଜଗତକୁ ପ୍ରେମ କଲ ପ୍ରଭୁ ହେ ଏମନ୍ତ

ଦାନ କଲ ଏକମାତ୍ର ପ୍ରାଣପ୍ରିୟ ପୁତ୍ର

ତପତ ରୁଧିର ଢାଳି କଲ ପ୍ରାୟଶ୍ଚିତ

ପାପୀ ପାଇଁ ଏଡ଼େ ପ୍ରେମ ଦେଖିଲା ମରତ

ସେ ପ୍ରେମରୁ କଣିକାଏ ଦିଅ ପ୍ରଭୁ ଏ ହୃଦୟେ

ସାରା ବିଶ୍ୱେ ଭରିଯାଉ ସେ ଦିବ୍ୟ ପ୍ରେମ

ahe ananta asima 

tumari madhura prema 

ke kari pare barnnana 

tuma prema pai 

dhanya e dharadhama


kagaja huanta jadi akashara bakhya

lekhani huanta jadi prati lata brukhya 

sagarara nila nei se lakhanijaka 

pratiti manisha jadi huante lekhaka 

tathapi saranta nahin 

akashara sima dein 

barnnibaku prabhu tuma amruta prema


jagataku prema kala, prabhu he emanta 

dana kala ekamatra pranapriya putra 

tapata rudhira dha ali, kala prayashchitta 

papi pain edace prema dekhila marata

se premoru kanikae dia prabhu a hrudaye

sara biswe bharijau se dibyo premo

bottom of page