top of page

Ahe asa ahe asa

ଆହେ ଆସ, ଆହେ ଆସ

ଈଶ୍ଵରଙ୍କ ସ୍ତୁତି କରିବା ,

ସେ ଯେ ଆମ ପରିତ୍ରାଣ ଶୈଳ ସ୍ଵରୂପ

ତାହାଙ୍କ ଉଦ୍ଧେଶ୍ୟେ ଜୟଧ୍ଵନି କରିବା

ଧନ୍ୟବାଦ ସହକାରେ ତାଙ୍କ ପାଶେ ଚାଲ

ସଂଗୀତ ଗାଇ ତାଙ୍କ, ଜୟଗାନ କରିବା॥


ସଦାପ୍ରଭୁ ପରମେଶ୍ଵର ଅଟନ୍ତି ମହାନ

ସର୍ବ ଦେବତାଙ୍କ ଉର୍ଦ୍ଧ୍ଵରେ ମହାନ ରାଜନ

ଉଚ୍ଚ ପରବତ କିବା ସୁଗଭୀର ସ୍ଥାନ

ସବୁତ ଅଟନ୍ତି ତାଙ୍କ ହସ୍ତାଧିନ ॥


ଆମେ ତାଙ୍କ ଚରାଭୂମି ଲୋକ

ସେ ଆମ ପାଳକ

ତାହାଙ୍କ ହସ୍ତରେ ସୁରକ୍ଷିତ ମେଷ ସଦୃଶ

ନତ ମସ୍ତକେ ଆସ ପ୍ରଣାମ କରିବା

ସେ ଆମ ଈଶ୍ଵର, ତାହାଙ୍କୁ ପୂଜିବା ॥

Ahe aso ahe asa

isvaranka stuti kariba

se je ama paritrana saila svarupa

tahanka ud'dhesye jayadhvani kariba

dhanyabada sahakare tanka pase chala

sangita ga'i tanka jayagana kariba.

 

sadaprabhu paramesvara atanti mahana

sarba debatanka urd'dhvare mahana rajana

uccha parabata kiba sugabhira sthana

sabuta atanti tanka hastadhina.


ame tanka charabhumi loka

se ama palaka

tahanka hastare suraksita mesa sadrusa

nata mastake asa pranama kariba

se ama isvara tahanku pujiba.

bottom of page