
Ahe jisu dayalu prabhu
0. ଆହେ ଯୀଶୁ ଦୟ।ଳୁ ପ୍ରଭୁ
ସଦା ଧନ୍ୟ ତୁମ ନାମ
ଆସିଛୁ ସର୍ବେ ଶ୍ରୀଚରଣେ
ଘେନ ହେ ଆମ ପ୍ରଣାମ ॥
ଗୁହାଳ ଘରେ ଜନମ ନେଲ
ବଢାଇ ଘରେ ଦିନ କାଟିଲ
ଶେଷ ଆମ ପାଇଁ ଲଗା ହୋଇଲ
କଲ ପାପୁଁ ପରିତ୍ରାଣ… ମହାପ୍ରେମେ ॥
1. ନୀରବେ ଚାଲି ରାଜପଥରେ
କୋରାଡା ମାଡ ସହି ଅଙ୍ଗରେ
କାନ୍ଧେ କୃଶ ବହି ଜଗଜ୍ଜନ ପାଇଁ
ସାଧିଲ ଯେ ପରିତ୍ରାଣ … ମହାପ୍ରେମେ ॥
2. କାଲବରିର ମୂଳ ବୁକୁରେ
ଜୀବନ ଦେଲ ଆମ ପାଇଁରେ
କେତେ ଯେ ରୁଧିର ପଡିଲା ଝରି
ଆମ ପାପ ପାଇଁରେ… ମହାପ୍ରେମେ ॥
Ahe jisha dayalu Prabhu
Sada dhanya tumu nama
Asichu sarbe sricharane
Ghena he ama pranama.
Guhaala ghare janama nela
Badhai ghare dina kaatila
Shesha ama paini laga hoila
Kala papuni paritran... Mahapreme.
Neebe chali rajapathare
Koraḍa mada sahi angare
Kandhe krusha bahi jagajjana paini
Sadhhila je paritran... Mahapreme.
Kalabiru mula bukure
Jeevana dela ama painire
Kete je rudhira padila jhari
Ama papa painire... Mahapreme.