top of page

Aji jisunko namo gaore

ଆଜି ଯୀଶୁଙ୍କ ନାମ ଗାଅରେ, 

ତାଙ୍କ ମହା ପ୍ରଶଂସା ଗାଅରେ 

ଗୌରବମୟ ମହିମାମୟ , 

ଆଜି ସେହି ନାମ ଗାଅରେ -0 


ଆମ ଜୀବନକୁ ଯୀଶୁ ସଜାଡ଼ିଛନ୍ତି 

ନୂଆ ଏକ ପଥ ଯୀଶୁ ଦେଖାଇଛନ୍ତି 

ସରଗ ଦେଶେ ନେବାକୁ ଶେଷେ ( ୨ଥର ) 

ପୁଣି ଜଗତକୁ ଆସିବେ – ୧ 


ଆଉ ଭୟ ନାହିଁ ଆମ ଏହି ଧରାରେ 

ଯୀଶୁ ସଦା ରହିଛନ୍ତି ଆମ ସାଥୀରେ 

ଲୁଚି ରହିଛି ଆମ ଜୀବନ ( ୨ ଥର ) 

ପ୍ରଭୁ ଯୀଶୁଙ୍କ ଠାରେ -- ୨

bottom of page