top of page

Akhi age swapna ama

ଆଖି ଆଗେ ସ୍ଵପ୍ନ ଆମ , 

ଆଗାମୀ କାଲିର , ନୂତନ ଦିନର, 

ନୂଆ ପୃଥିବୀର 


ସେ ପୃଥିବୀ ହେବ ମଧୁମୟ 

ରହିବନି ହିଂସା , ଦ୍ଵେଷ , ବିବାଦ , କଳହ 

ଭାଙ୍ଗିଯିବ ବିଭେଦ ପ୍ରାଚୀର 

ଶୁଭିବନି ଶୋଷିତର ଆକୁଳ ଚିତ୍କାର 

ଝରିବ ଆକୁଳ କଣ୍ଡୁ ଆବାହନୀ ସୁର 

ନୂଆ ସଂଗୀତର , ନୂତନ ଛନ୍ଦର


ରକତର ରଙ୍ଗ ଭୁଲି ଆଗାମୀ ମଣିଷ 

ଆଙ୍କି ଦେବ ହୃଦୟରେ ପ୍ରେମର ଆଶ୍ଳେଷ 

ଡେଣା ଝାଡ଼ି ଉଡ଼ିଯିବ ଶାନ୍ତି କପୋତ 

ଝଙ୍କାରି ଉଠିବ ପୁଣି ମୁକତି ସଙ୍ଗୀତ 

ସତ ହେବ ସ୍ବପ୍ନ ଆମ ଆଗାମୀ କାଲିର 

ନୂଆ ସକାଳର , ନୂଆ ପୃଥିବୀର

Akhi age swapna ama, 

agami kalira, nutana dinara, 

nua pruthibira 


se pruthibi heba madhumaya 

rahibani himsa, dewasha, bibada, kalaha 

bhangijiba bibheda prachira 

shubhibani shoshitara akula chitkara 

jhariba akula kanthu abahani sura 

nua samgitara, nutana chandara 


rakatara ranga bhuli agami manisha 

anki deba hrudayare premara ashlesha 

dena jhadi udijiba shanti kapota 

jhankari uthiba puni mukati sangita 

sata heba swapna ama agami kalira 

nua sakalara, nua pruthibira

bottom of page