
Akhi age swapna ama
ଆଖି ଆଗେ ସ୍ଵପ୍ନ ଆମ ,
ଆଗାମୀ କାଲିର , ନୂତନ ଦିନର,
ନୂଆ ପୃଥିବୀର
ସେ ପୃଥିବୀ ହେବ ମଧୁମୟ
ରହିବନି ହିଂସା , ଦ୍ଵେଷ , ବିବାଦ , କଳହ
ଭାଙ୍ଗିଯିବ ବିଭେଦ ପ୍ରାଚୀର
ଶୁଭିବନି ଶୋଷିତର ଆକୁଳ ଚିତ୍କାର
ଝରିବ ଆକୁଳ କଣ୍ଡୁ ଆବାହନୀ ସୁର
ନୂଆ ସଂଗୀତର , ନୂତନ ଛନ୍ଦର
ରକତର ରଙ୍ଗ ଭୁଲି ଆଗାମୀ ମଣିଷ
ଆଙ୍କି ଦେବ ହୃଦୟରେ ପ୍ରେମର ଆଶ୍ଳେଷ
ଡେଣା ଝାଡ଼ି ଉଡ଼ିଯିବ ଶାନ୍ତି କପୋତ
ଝଙ୍କାରି ଉଠିବ ପୁଣି ମୁକତି ସଙ୍ଗୀତ
ସତ ହେବ ସ୍ବପ୍ନ ଆମ ଆଗାମୀ କାଲିର
ନୂଆ ସକାଳର , ନୂଆ ପୃଥିବୀର
Akhi age swapna ama,
agami kalira, nutana dinara,
nua pruthibira
se pruthibi heba madhumaya
rahibani himsa, dewasha, bibada, kalaha
bhangijiba bibheda prachira
shubhibani shoshitara akula chitkara
jhariba akula kanthu abahani sura
nua samgitara, nutana chandara
rakatara ranga bhuli agami manisha
anki deba hrudayare premara ashlesha
dena jhadi udijiba shanti kapota
jhankari uthiba puni mukati sangita
sata heba swapna ama agami kalira
nua sakalara, nua pruthibira