
Anadi isworo dayaro sagaro
ଅନାଦି ଇଶ୍ବର ଦୟାର ସାଗର ,
ପାଳକ ସଦା ମୋର
ଅଭାବ ମୋହର କରିବେ ସେ ଦୂର ,
କି ହେତୁ ହେବି ମୁଁ ଚିନ୍ତା ରେ କାତର
ସକଳ ପଥ ମୋର ଅବସ୍ଥା ଆବର ,
ଅଟେ ତାଙ୍କୁ ଗୋଚର
ଦୁର୍ଦ୍ଦଶା କାଳରେ ହୋଇବେ ସଙ୍ଗରେ ,
ନାଶିବେ ମନରୁ ଆପଦର ଡର
ପିତାମାତା ଭ୍ରାତାଦି ଯେତେକ ସ୍ବଜାତି ,
ଛାଡ଼ିଲେ , ନାହିଁ ଭୀତି
ରଖୁବେ ଆବୋରି ସ୍ବବାହୁ ବିସ୍ତାରି ,
ନ କରିବେ ମୋତେ ଛାମୁରୁ ଅନ୍ତର
ପାପ ରୂପ ଗରଳ ସଂସାର ଜଞ୍ଜାଳ
କଲେ ମୋତେ ବିଭୋର
ଦୁଇର ଅନଳ କରିବେ ଶୀତଳ ,
ଢାଳି ମୋ ଉପରେ ସୂର୍ଗୀୟ ଶିଶିର
ନ ଛାଡ଼ି କୁବାଟରେ ଅଡ଼ାଇ ସୁସ୍ବରେ ,
ନେବେ ନିଜ ପଲରେ
ଅମୃତ ନିଝର ଜୀବନ ଆହାର ,
ଭୋଜନ ପାନାର୍ଥେ ଦେବେ ନିରନ୍ତର
ନିଜ ନାମ ସକାଶେ ଉଦ୍ଧାର କରିବେ ,
ସ୍ବପୁରେ ବାସ ଦେବେ
ଆରେ ମନ ମୋର ତୋ ' ଚିନ୍ତାର ଭାର ,
ଦେଇ ତାଙ୍କ ହସ୍ତେ ହୁଅ ତୁ ସୁସ୍ଥିର
anadi ishwara dayaara sagara
palaka sada mora
abhaba mohara karibe se dura
ki hetu hebi mun chinta re katara
sakala patha mora abastha abara
ate tanku gochara
durddasha kalare hoibe sangare
nashibe manaru apadara dara
pitamata bhratadi jeteka swajati
chadile , nahin bhiti
rakhibe abori svabahu bistari
na karibe mote chamuru antara
papa rupa garala sansara janjala
kale mote bibhora
duira anala karibe shitala ,
dhali mo upare surgiya shishira
na chadagi kubatare adapai susware
nebe nija palare
amruta nijhara jibana ahara
bhojana panarthe debe nirantar
nijo namo sakase udharo koribe
swopure basa debe
are mana moro to chintaro bharo
dei tanko hoste hua tu susthiro