top of page

Asima tuma prema

ଅସୀମ ତୁମ ପ୍ରେମ 

ମଧୁର ସେ ମନୋରମ 

କେତେ ଯେ ଉଚ୍ଚ କେଡ଼େ ଗଭୀର 

କେ ନାହିଁ ତା ସମ 


ସେ ପ୍ରେମେ ମିଳେ ସନ୍ଧାନ 

ଶାନ୍ତି ଯା ' ଚିରନ୍ତନ 

ହଜିଯାଏ ଦୁଃଖ ଅନ୍ଧକାର 

ଜଳି ଉଠେ ଦୀପ ଆନନ୍ଦର 

ହେ ପ୍ରେମିକ ପ୍ରିୟତମ 

ଅଭୁଲା ତୁମ ପ୍ରେମ 

ରହିଛି ଆଶା ଯହିଁ ଭରସା 

ସେ ମୁକତି ଧାମ 


ହେ ପ୍ରଭୁ ଈଶ ନନ୍ଦନ 

ତୁମେ ହିଁ ଦୟାବାନ 

ପାପୀ ପାଇଁ ବଳି ଦେଲ ପ୍ରାଣ 

ସାଧିବାକୁ ମହା ପରିତ୍ରାଣ 

ଅପାର ତୁମ ପ୍ରେମ 

କରିଛି ମୁଁ ଅନୁଭବ 

ସେ କ୍ଷମାଭରା

କରୁଣା ଧାରା, ଚିର ଅନୁପମ

Asima tuma prema 

madhura se manorama 

kete je uchcha kedae gabhira 

ke nahin ta sama 



se preme mile sandhana 

shanti ja chirantana 

hajijae duhkha andhakara 

jali uthe dipa anandara 

he premika priyatama 

abhula tuma prema 

rahichi asha jahin bharasa 

se mukati dhama 



he prabhu isha nandana 

tume hin dayaabana 

papi pain bali dela prana 

sadhibaku maha paritrana 

apara tuma prema 

karichi mun anubhaba 

se khyamabhara 

karuna dhara, chira anupama

bottom of page