
Asima tuma prema
ଅସୀମ ତୁମ ପ୍ରେମ
ମଧୁର ସେ ମନୋରମ
କେତେ ଯେ ଉଚ୍ଚ କେଡ଼େ ଗଭୀର
କେ ନାହିଁ ତା ସମ
ସେ ପ୍ରେମେ ମିଳେ ସନ୍ଧାନ
ଶାନ୍ତି ଯା ' ଚିରନ୍ତନ
ହଜିଯାଏ ଦୁଃଖ ଅନ୍ଧକାର
ଜଳି ଉଠେ ଦୀପ ଆନନ୍ଦର
ହେ ପ୍ରେମିକ ପ୍ରିୟତମ
ଅଭୁଲା ତୁମ ପ୍ରେମ
ରହିଛି ଆଶା ଯହିଁ ଭରସା
ସେ ମୁକତି ଧାମ
ହେ ପ୍ରଭୁ ଈଶ ନନ୍ଦନ
ତୁମେ ହିଁ ଦୟାବାନ
ପାପୀ ପାଇଁ ବଳି ଦେଲ ପ୍ରାଣ
ସାଧିବାକୁ ମହା ପରିତ୍ରାଣ
ଅପାର ତୁମ ପ୍ରେମ
କରିଛି ମୁଁ ଅନୁଭବ
ସେ କ୍ଷମାଭରା
କରୁଣା ଧାରା, ଚିର ଅନୁପମ
Asima tuma prema
madhura se manorama
kete je uchcha kedae gabhira
ke nahin ta sama
se preme mile sandhana
shanti ja chirantana
hajijae duhkha andhakara
jali uthe dipa anandara
he premika priyatama
abhula tuma prema
rahichi asha jahin bharasa
se mukati dhama
he prabhu isha nandana
tume hin dayaabana
papi pain bali dela prana
sadhibaku maha paritrana
apara tuma prema
karichi mun anubhaba
se khyamabhara
karuna dhara, chira anupama