top of page

Au kichi prabhu chahen na jibane

​

ଆଉ କିଛି ପ୍ରଭୁ ଚାହେଁ ନା ଜୀବନେ

ତୁମେ ଯଦି ଥାଅ କତିରେ

ସମାନ ସବୁ ମୋ କତିରେ ।।

 

ଦୁଃଖ ପାଇ ଯେବେ ତୁମଠୁ ପଳାଏ

ବୁଲେ ମୁଁ ବାହାର ଅନ୍ଧାରେ

ଅଙ୍କୁଶ ପ୍ରହାରେ ଟାଣିଆଣ ମୋତେ

ତୁମରି ପ୍ରଣୟ କାରାରେ ॥

 

ସୁଖ ଆଶା କରି ତୁମକୁ ମୁଁ ଛାଡ଼ି

ବୁଲେ ସିନା ମରୀଚିକାରେ

ଯେଉଁ ସୁଖ ପାଇ ତୁମକୁ ହରାଏ

ଲୋଡ଼ା ନାହିଁ ସେହି ସୁଖରେ ॥

bottom of page