top of page

Bandana bandana sadakara bandana

ବନ୍ଦନା ବନ୍ଦନା ସଦାକର ବନ୍ଦନା

କର ଯିହୋବାଙ୍କ ପାଦେ ବନ୍ଦନା

ସର୍ବଶ୍ରେଷ୍ଠ ନାମ ସର୍ବ ପ୍ରିୟନାମ

ପୂଜା, ଆରାଧନା ଯୋଗ୍ୟ ସେ ନାମ ॥


ଆ… ଆନନ୍ଦରେ ସୁମଧୁର ସୁର

ଗାଅ ଯୀଶୁଙ୍କ ପ୍ରଶଂସା ଗୀତ

ସତ୍ୟ ଦେବ ସେତ, ନିତ୍ୟ ଜୀବି ସେତ

ସର୍ଗ ରାଜ୍ୟକୁ ସେ ଏକା ପଥ ॥


ତେଜି ସରଗଧାମ ନରରୂପେ ଧରିଣ

ଅବତରିଲେ ଧରା ଦେଶରେ

ପାପୀ ପାପଭାର ବହି ନିଜ ଅଙ୍ଗେ

ହେଲେ ବଳି କୃଶେ ଅବଶେଷରେ ॥


ପାପ ପଙ୍କ କଳଙ୍କ ଶୟତାନ ପ୍ରକୋପ

ପରିପୂର୍ଣ୍ଣ ଥିଲା ମୋ ଜୀବନ

ଧୋଇ ସ୍ଵ ଶୋଣିତେ ଶୁଦ୍ଧ କଲେ ମୋତେ

ପ୍ରଭୁ ଦେଲେ ଅନନ୍ତ ଜୀବନ ॥


ମେଘ ବାହନରେ ଦୂତ ଗହଣରେ

ବେଗେ ଆସନ୍ତି ସେ ହୁଅ ପ୍ରସ୍ତୁତ

ସବର୍ପିବେ ତୋରେ ଈଶ ସନ୍ନଧାନେ

ଶୁଦ୍ଧ ନିଷ୍କଳଙ୍କ ପୂତ ପବିତ୍ର  ॥

Bandana bandana sadakara bandana

karo jihobanka pade bandana

sarbasrestha nama sarba priyanama

puja aradhana jogya se nama.

 

a... anandare sumadhura sura

ga'a jisunka prasansa gita

satya deba seta nitya jibi seta

swarga rajyaku se eka patha.

 

teji saragadhama nararupe dharina

abatarile dhara desare

papi papabhara bahi nija ange

hele bali kruse abasesare.

 

papa panka kalanka sayatana prakopa

paripurnna thila mo jibana

dho'i swa sonite sud'dha kale mote

prabhu dele ananta jibana.

 

megha bahanare duta gahanare

bege asanti se hu'a prastuta

samarpibe tore isa sannidhane

sud'dha niskalanka puta pabitra.

bottom of page