
Bandana bandana sadakara bandana
ବନ୍ଦନା ବନ୍ଦନା ସଦାକର ବନ୍ଦନା
କର ଯିହୋବାଙ୍କ ପାଦେ ବନ୍ଦନା
ସର୍ବଶ୍ରେଷ୍ଠ ନାମ ସର୍ବ ପ୍ରିୟନାମ
ପୂଜା, ଆରାଧନା ଯୋଗ୍ୟ ସେ ନାମ ॥
ଆ… ଆନନ୍ଦରେ ସୁମଧୁର ସୁର
ଗାଅ ଯୀଶୁଙ୍କ ପ୍ରଶଂସା ଗୀତ
ସତ୍ୟ ଦେବ ସେତ, ନିତ୍ୟ ଜୀବି ସେତ
ସର୍ଗ ରାଜ୍ୟକୁ ସେ ଏକା ପଥ ॥
ତେଜି ସରଗଧାମ ନରରୂପେ ଧରିଣ
ଅବତରିଲେ ଧରା ଦେଶରେ
ପାପୀ ପାପଭାର ବହି ନିଜ ଅଙ୍ଗେ
ହେଲେ ବଳି କୃଶେ ଅବଶେଷରେ ॥
ପାପ ପଙ୍କ କଳଙ୍କ ଶୟତାନ ପ୍ରକୋପ
ପରିପୂର୍ଣ୍ଣ ଥିଲା ମୋ ଜୀବନ
ଧୋଇ ସ୍ଵ ଶୋଣିତେ ଶୁଦ୍ଧ କଲେ ମୋତେ
ପ୍ରଭୁ ଦେଲେ ଅନନ୍ତ ଜୀବନ ॥
ମେଘ ବାହନରେ ଦୂତ ଗହଣରେ
ବେଗେ ଆସନ୍ତି ସେ ହୁଅ ପ୍ରସ୍ତୁତ
ସବର୍ପିବେ ତୋରେ ଈଶ ସନ୍ନଧାନେ
ଶୁଦ୍ଧ ନିଷ୍କଳଙ୍କ ପୂତ ପବିତ୍ର ॥
Bandana bandana sadakara bandana
karo jihobanka pade bandana
sarbasrestha nama sarba priyanama
puja aradhana jogya se nama.
a... anandare sumadhura sura
ga'a jisunka prasansa gita
satya deba seta nitya jibi seta
swarga rajyaku se eka patha.
teji saragadhama nararupe dharina
abatarile dhara desare
papi papabhara bahi nija ange
hele bali kruse abasesare.
papa panka kalanka sayatana prakopa
paripurnna thila mo jibana
dho'i swa sonite sud'dha kale mote
prabhu dele ananta jibana.
megha bahanare duta gahanare
bege asanti se hu'a prastuta
samarpibe tore isa sannidhane
sud'dha niskalanka puta pabitra.