top of page

Bhakati dia saradha dia

ଭକତି ଦିଅ ସରଧା ଦିଅ

ପୂଜିବୁ ତୁମ ଚରଣେ

ପ୍ରେମେ ଭରି ଦିଅ ପରାଣ ଆମର

ଗାଇବୁ ତୁମ ନାମ -2

 

ଆମରି ପାଇଁ ଜନମ ନେଲ

କଳଙ୍କିତ ଧରାପରେ

ନିଜ ରକତ ଢାଳି ଯେ ଦେଲ

ଅନ୍ତର ଚିରି ଅଧିରେ -2

ଶକତି ଭରା ମୁକତି ଭରା

ବିଜୟୀ ଯୀଶୁ ନାମ -2

 

ଆମ ହୃଦୟେ ଭରି ଦିଅ ହେ

ତୁମରି ପ୍ରେମର ବାଣୀ

କଢାଇ ନିଅ ଜୀବନ ପଥେ

ସଦା ଆମ ପାଶେ ରହି

ପରଶ ତୁମ ଦିଅ ହେ ପ୍ରଭୁ

ଘେନ ଆମ ପ୍ରଣାମ -2

Bhakati dia saradha dia

Pujibu tumo charane

Preme bhari dia porana amoro

Gaibu tumo namo -2

 

Amari pai janama nela

Kalnkita dhara pore

Nijo rokoto dhali je delo

Antoro chiri adhire -2

Sakati bhora mukati bhora

Bijayi jisu namo -2

 

Amo hrudaye bhori dia he

Tumori premoro bani

Kodhai nia jibono pothe

Sada amo pase rahi -2

Paraso tumo dia he prabhu

Gheno amo pranamo -2

bottom of page