top of page

Biswasa jibana taranire

ବିଶ୍ବାସ ଜୀବନ ତରଣୀରେ
ପଥିକ ମୁଁ ସିୟୋନ ନଗରେ

ବିଶ୍ବାସ ନାୟକ ଯୀଶୁ ମୋ ଲକ୍ଷ୍ୟ

ବିଶ୍ରାମ ଦେଶେ ମୁଁ ଯିବି ଖରେ ।।

।୧। ତରଙ୍ଗ ତରଣୀ ଟଳମଳ
ହେଲେହେଁ ରହିବି ମୁଁ ଅଟଳ ॥

ସାଗର ଧରଣୀ ରଚକ ମୋ ସଙ୍ଗେ

ଅଭୟ ଦାୟକ ଯୀଶୁ ମୋର ॥

।୨। ନାନା ପରୀକ୍ଷା ଓ ତାଡ଼ନାରେ

ଉତ୍ତମ ଜାଣି ସେ ଜୀବନରେ

ଧ୍ୟାୟିବି ଶ୍ରୀ ଯୀଶୁନାଥ ହୃଦରେ

ଭୁଲି ଦୁଃଖ ଯିବି ଆଗଭରେ ॥

।୩। ମରଣର ଉପତ୍ୟକା ଧାରେ

ଶରଣ ଯୀଶୁ ଶ୍ରୀ ଚରଣରେ

ସୁଧାରି ମୋ ପଥ ଜାବୁଡ଼ି ହାତ

ଆଶ୍ବାସେ ଚଲାନ୍ତି ଆନନ୍ଦରେ ॥

।୪। ପହଞ୍ଚି ସିୟୋନ ସଦନରେ

ପୋଛିବି ନୟନ ଜଳଧାର

ହେଜି ଅକଳନା ଦୟା ତୁମର

ସାଷ୍ଟାଙ୍ଗେ ନମିବି ଶ୍ରୀପୟର ॥

bottom of page