top of page

Biswasi ta prati kede

0. ବିଶ୍ଵାସୀ ତ ପ୍ରତି କେଡେ

ପ୍ରିୟତମ ସେ ଯୀଶୁ ନାମ ॥


1. ତାର ସର୍ବରୋଗ କରେ ଶାନ୍ତ

ମହା ପାପରୋଗ କରେ ସୁସ୍ଥ

ଦୂର କରେ ଭୟ ଆପଦ ସନ୍ଦେହ

କରେ ମହା ଶାନ୍ତିଦାନ ॥


2. ସେ ନାମ ତାର ଦୃଢ ପାଷାଣ

ତହିଁ କରଇ ଗୃହ ନିର୍ମାଣ

ଆଉ ତାର ଢାଲ ଆଶ୍ରୟ ନଗର

ଅଟି ଅସୀମ ତ୍ରାଣ ଧନ ॥


3. ସେ ତାହାର ପଥ ପ୍ରଦର୍ଶକ

ଅଟଇ ବନ୍ଧୁ, ରାଜା ଯାଜକ

ଅଟନ୍ତି ସେ ଅନୁଗ୍ରହର ଭଣ୍ଡାର

ତାର ପକ୍ଷବାଦୀ ଓ ଜୀବନ ॥


4. ଆହେ ସମସ୍ତ ଧାର୍ମିକଗଣ

କର ତାଙ୍କ ନାମେ ଜୟଗାନ

କରି ତାଙ୍କ ସେବା ଆରାଧନା, ପ୍ରେମ

ଚରଣେ ସମର୍ପ ଦେହ ପ୍ରାଣ ॥

0) Biswasi ta prati kede

priyatama se jisu nama.

 

1) tara sarbaroga kare santa

maha paparoga kare sustha

dura kare bhaya apada sandeha

kare maha santidana.

 

2) se nama tara drudha pasana

tahi kara'i gruha nirmana

a'u tara dhala ashraya nagara

ati asima trana dhana.

 

3) se tahara patha pradarsaka

ata'i bandhu raja jajaka

atanti se anugrahara bhandara

tara pakhyabadi o jibana.

 

4) ahe samasta dharmikagana

kara tanka name jayagana

kari tanka seba aradhana prema

charane samarpa deha prana.

bottom of page