
Bondi bidha pade sastange
0. ବନ୍ଦି ବିଦ୍ଧ ପାଦେ ସାଷ୍ଟାଙ୍ଗେ ପ୍ରଣମୁ
ଭକତି ସୁମନ ତୋଳି
ପୂଜା, ପରଶଂସା ଯୁଗେ ଯୁଗେ ତୁମ
ପରାକ୍ରମ ଓ ଶକତି ॥
ଜୟହେ ( 3ଥର )
ଯୀଶୁ ନାମେ ଜୟହେ ॥
1. ଦିବ୍ୟଧାମ ଧାରା ଅଧଃଲୋକ ସାରା
ତୁମ ମହିମାର ପ୍ରଭା
କରେ ବିକରିତ ହେ ଈଶ୍ଵର ସୁତ
ସୃଜନ ଶକତି ଶୋଭା ॥
2. ପୁତ ଶୋଣିତର ଝରାଇ ତଟିନି
ଆମ ପାପ ପ୍ରକ୍ଷାଳନେ
ଅବଗାହୀ ପାପୀ ଆଦମ ସନ୍ତତି
ପ୍ରବେଶେ ନବ ଜୀବନେ ॥
3. ଲଲାଟ ଭୂଷିତ କଣ୍ଟକ ମୁକୁଟ
ଯେ ଆମରି ପାପବଳି
ଆହେ ମୃତ୍ୟୁଞ୍ଜୟୀ ସିଂହାସନେ ସ୍ଥାୟୀ
ସରଗର ଅଧିପତି ॥
4. ତୁମରି ଆହ୍ଵାନ ଆହେ ଆମଜନ
ରଖି ପବିତ୍ର ଜୀବନ
ଯେହେତୁ ପବିତ୍ର ଈଶ୍ଵର ଯେ ଆମେ
ଉଚ୍ଚକର ଆମ ନାମ ॥
0. bandi bid'dha pade sastange pranamu
bhakati sumana toli
puja parasansa juge juge tuma
parakrama o sakati.
jayahe (3 thara)
jisu name jayahe.
1. dibyadhama dhara adhahloka sara
tuma mahimara prabha
kare bikarita he iswara suta
srujana sakati sobha.
2. puta sonitara jhara'i tatini
ama papa praksalane
abagahi papi adama santati
prabese naba jibane.
3. lalata bhusita kantaka mukuta
je amari papabali
ahe mrutyunjayi sinhasane sthayi
saragara adhipati.
4. tumari ahwana ahe amajana
rakhi pabitra jibana
jehetu pabitra iswara je ame
ucchakara ama nama.