
Buji akhi jebe mu tumo dekha pae
ବୁଜି ଆଖି ଯେବେ ମୁଁ ତୁମ ଦେଖା ପାଏ
କର ମୋତେ ଚକ୍ଷୁହୀନ (ପ୍ରଭୁ)
ଧନ ପାଇ ଯେବେ ମୁଁ ତୁମକୁ ହରାଏ
ଲୋଡ଼ା ନାହିଁ ସେହି ଧନ (ମୋର)
ମାନ ପାଇ ଯେବେ ମୁଁ ତୁମକୁ ହରାଏ
ଲୋଡ଼ା ନାହିଁ ସେହି ମାନ (ମୋର)
।୧। ଯାଉ ଦାରା ସୁତ ନଗଣ୍ୟ ସମ୍ପଦ
ଯାହା ଘେନି ମୋର ମାନ
ତୁମେ ଥିଲେ ପ୍ରଭୁ ଯାଉ ମୋର ସବୁ
ନାହିଁ ତହିଁ ଅଭିମାନ ।।
।୨। କର ପ୍ରଭୁ ମୋତେ ସବୁଠାରୁ ସାନ
ମାଟିଠାରୁ କର ହୀନ
ଯାଉ ଜ୍ଞାନ ମାନ ଆତ୍ମୀୟ ସ୍ବଜନ
ଥାଉ ମୋର ଯୀଶୁ ଧନ ॥
।୩। କଣ୍ଟକ ମୁକୁଟ ହେଉ ମୋ ଭୂଷଣ
କ୍ରୁଶ ହେଉ ମୋର ସ୍ଥାନ
ଅପମାନେ ଯେବେ ତୁମକୁ ମୁଁ ଲଭେ
ତାହା ଶ୍ରେଷ୍ଠ ସନମାନ ।
।୪। ତୁମରି ସେବାରେ ମତି ମୋର ଥାଉ
ହେ ଜୀବଜୀବନ ସଖା
ପବିତ୍ର ଜୀବନ କାଟିବି ଯେସନ
କର ଏହି ବରଦାନ ॥
"Buji akhi jebe mu tumo dekha paaye
Kara mote chakyhuhino (Prabhu)
Dhana paai jebe mu tumoku haraae
Loda naahi sehi dhana (Moro)
Maana paai jebe mu tumoku haraae
Loda naahi sehi maana (Moro)
|1| Jau daara suta nagaṇya sampada
Jaha gheni mora maana
Tume thile Prabhu jau mora sabu
Naahi tahi abhimaana ||
|2| Kara Prabhu mote sabuṭhaaru saana
Maṭiṭhaaru kara heena
Jau jñāna maana aatmīya swajana
Thaau mora yīśu dhana ||
|3| Kaṇṭaka mukuṭa heu mo bhuṣaṇa
Kruśa heu mora sthāna
Apamāne jebem tumku muṅi labhe
Tāhā śreṣṭha sanamāna ||
|4| Tumari sebāre mati mora thaau
He jībajībana sakhā
Pavitra jībana kāṭibi yesana
Kara ehi baradāna ||"