top of page

Chahunchi mo mana priya jisu nama
ଚାହୁଁଛି ମୋ ମନ ପ୍ରିୟ ଯୀଶୁ ନାମ
ବିତି ଯାଉ ମୋ ଜୀବନ -2
ମୋ ମୁଖରେ ରହୁ ଦିବାରାତି
ସେହି ପ୍ରିୟ ନାମ.... ଚାହୁଁଛି...
ହୋ ଦିନ ସରିଯାଏ ରାତି ପାଇ ଯାଏ
ଆଖି ବୁଜି ଦେଲେ ତୁମରି ନାମରେ -2
ମିଠା ହୋଇଯାଏ ହୃଦୟ ମୋହର
କାଟେ ମୁଁ ଜୀବନ ତୁମରି ଆଶାରେ
କଢାଇ ନିଅ ହେ ପ୍ରଭୁ ତୁମ ପଥେ
ହେବି ତୁମ ସନ୍ତାନ ....ଚାହୁଁଛି....
ହୋ ପଡ଼ିଥିଲି ମୁଁ ଯେ ଜଗତ ଜାଲରେ
ଥିଲା ମୋ ଜୀବନ ମିଛର ସଂସାରେ -2
ନିଜ ପ୍ରାଣ ଦେଇ ଧୋଇଲ ମୋ ପାପ
ଉଜ୍ବଳ ହେଲି ମୁଁ ତୁମରି ରକତେ
ତୁମେ ହିଁ ମୋ ମୁକ୍ତି
ପ୍ରଭୁ ମୋ ଡାକ ଶୁଣ....ଚାହୁଁଛି
bottom of page