top of page

Chintaro bojho dia tankopore

ଚିନ୍ତାର ବୋଝ ଦିଅ ତାଙ୍କପରେ ( ୨ )

ତୁମପାଇଁ ଅବିରତ କରନ୍ତି ସେ ଚିନ୍ତା ।।

 

।୧। ବୁଣନ୍ତି ନାହିଁ କି କାଟନ୍ତି ନାହିଁ

ଅମାରେ ସଂଚୟ କରନ୍ତି ନାହିଁ

ପକ୍ଷୀ ଜଗତକୁ ପ୍ରଭୁ ଆହାର ଯୋଗାନ୍ତି

ଜୀବନ ପାଇଁ କିଆଁ ହୁଅ ଚିନ୍ତିତ ।।

 

।୨।ହେ ଅଳ୍ପ ବିଶ୍ବାସୀ ବିବେଚି ଶିଖ

କ୍ଷେତ୍ରର ଫୁଲ କିଭଳି ବିଭୂଷିତ

ଏହି ବେଶ ଐଶ୍ବର୍ଯ୍ୟ ପରମେଶ୍ବରଙ୍କ ଦତ୍ତ

ଶରୀର ପାଇଁ କିଆଁ ହୁଅ ଚିନ୍ତିତ ।।

 

।୩। ତାଙ୍କ ରାଜ୍ୟ - ଧର୍ମ କର ଅନ୍ଵେଷଣ

ଏ ସମସ୍ତ ଆଶିଷ କରିବେ ପ୍ରଦାନ

ଚିନ୍ତିତ ନହୋଇ ରଖ ଦୃଢ଼ ବିଶ୍ବାସ

ଜାଣି ଦିଅନ୍ତି ସେ ତୁ ପ୍ରୟୋଜନ ॥

bottom of page