
Dekho dekho asuachanti gaurobe
ଦେଖ ଦେଖ ଆସୁଅଛନ୍ତି
ଗଉରବେ ଯୀଶୁ ରାଜା
ଆଖିର ପଲକେ ଉଠିବେ
ଯେତେ ତାଙ୍କ ସାଧୁ ପ୍ରଜା
ଏ ମର ଶରୀର ହେବ ରୂପାନ୍ତର
ଅକ୍ଷୟ ଅମର ହୋଇବା ||
।୧। ଗାଇ ଯିବା ତାଙ୍କ ପ୍ରଶଂସା ଗୀତ
ଦୂତଗଣ ସାଥେ ହୋଇ ମିଳିତ
ଆସ ଯିବା ସେ ମହା ଭୋଜେ
ହୋଇ ନିମନ୍ତ୍ରୀତ ଆସିଛୁ ଯେତେ
ଆନନ୍ଦ ଉଲ୍ଲାସେ ଯିବା ଯୀଶୁ ପାଶେ
ସ୍ବର୍ଗୀୟ ସଙ୍ଗୀତ ଗାଇବା ।
।୨। ଏହି ଦେଖ ଦିଶେ ସ୍ବର୍ଗ ଦ୍ବାର
ନାହିଁ ଆଉ ଭୟ ମରଣ ଡ଼ର
ସ୍ବର୍ଗ ଦୂତ ହସ୍ତ ପ୍ରସାରି
ନେଇଯିବେ ପ୍ରଭୁ ସ୍ଵାଗତ କରି
କହିବେ ସେ ତୋତେ ରହିବୁ ନିରତେ
ସଦା ମୋର ପାଶେ ସ୍ବର୍ଗଧାମେ ॥
"Dekho dekho asuchaanti
Gaurabe Jesu raja
Akhiro palake uthibe
Jete tanka sadhu praja
Emora shorira heba rupantar
Akshaya amara hoiba."
"1. Gai jiba tanka prashansa geeta
Dutagana saathe hoi milita
Asha jiba se maha bhoje
Hoi nimantrita asiuchu jetey
Ananda ullase jiba Jesus paashe
Swargiya sangeet gaiba."
"2. Ehi dekha dishe swarga dwara
Nahi au bhaya marana ddara
Swarga duta hasta prasari
Neijiba Prabhu swagat kari
Kahiba se tote rahibu nirata
Sada mora paashe swargadhame."