top of page

Dhanya hela aei jibono

ଧନ୍ୟହେଲା ଏଇ ଜୀବନ 

ଯୀଶୁ ନାମ ଗାଇ ଗାଇକି 

ମୋହମାୟା ଭରା ଏ ପଥେ 

ଯୀଶୁ ନାମ ସାଥେ ପାଇକି || 


ଆସିଲେ ଝଡ଼ କି ବତାସ 

ହେବି ନାହିଁ ମୁଁ ଯେ ନିରାଶ 

ଅଭେଦ ପ୍ରାଚୀର ଏ ନାମ 

ଭୟ ମୋର ଆଉ କାହିଁକି || 


ଯେଦିନ ସରିବ ଏ ବାଟ 

ଯୀଶୁଙ୍କ ସାଥେ ହେବ ଭେଟ 

ଲଭିବ ଅମର ଜୀବନ 

କେଡ଼େ ଭାଗ୍ୟ ସତେ ହେବକି ||

bottom of page