top of page

Dhonyobado prosonsha tumoro

ଧନ୍ୟବାଦ ପ୍ରଶଂସା ତୁମର
ବନ୍ଦନା ସ୍ତୁତି ତୁମର
ପ୍ରୀତି ସମ୍ଭ୍ରମ ପୂଜା ନଇବେଦ
ପାଇବାକୁ ଯୋଗ୍ୟ ତୁମେ କେବଳ

ତୁମେ ଦୟାରେ ବିଶ୍ଵସ୍ତ
ତୁମ କରୁଣା ଅନନ୍ତ
ତୁମେ ପବିତ୍ର ଶାଶ୍ଵତ
ତୁମ ପ୍ରେମ ଯେ ମହତ
ଚିର ଦୀପ୍ତିମାନ, ଚିର ମହୀୟାନ
ଘେନ ଆରାଧନା ଶତ ପ୍ରାଣର

ଆମ ଅତୀତ ଜୀବନେ
ତୁମେ କରିଛ ସାଧନ
କେତେ  ମହତ ବିଷୟ
ଆଜି କରୁଛୁ ସ୍ମରଣ
ସର୍ବ ଶକ୍ତିମାନ ଚିର ଦୟାଵାନ
ଜୟ ଗାନ ହେଉ ତୁମ ନାମର

Dhonyobado prosonsha tumoro
Bondona stuthi tumoro
Preethi sombrahmo puja noibedo
Paiba Ku jogyo tume kebolo.

Tume doya re biswastho
Tumo koruna onontho
Tume pobitra saswotha
Tumo premo je mohoto
Chiro deepti mano
Chiro mohiano
Gheno aaradhana soto pranoro

Aamo otito jebone
Tume koricho saadhono
Kethe mohoto bishoyo
Aaji koruchu smorono
Sarbo soktimano chiro doyabano
Joyo gaano heu tumo naamoro

bottom of page