
He mora mana sada
ହେ ମୋର ମନ ସଦା
ଧନ୍ୟବାଦ କର ହେ ମୋର ମନ ସଦା
ହେ ମୋର ଅନ୍ତର ଗାଅ ନିରନ୍ତର (2 ଥର )
ପବିତ୍ର ନାମରେ ସଦାପ୍ରଭୁଙ୍କର
ହେ ମୋର ମନ ସଦା ॥
ତାଙ୍କ ଦାନ ସକଳ
କେବେ ନ ପାଶୋର, ତାଙ୍କ ଦାନ ସକଳ
ଯେ ତୁମ ଅଧର୍ମ ସବୁକରି କ୍ଷମା ( 2ଥର )
କରନ୍ତି ନୂତନ ଜୀବନ ପ୍ରଦାନ ॥
ରୋଗରୁ କରି ସୁସ୍ଥ
ବିନାଶରୁ ମୁକ୍ତ ରୋଗରୁ ସୁସ୍ଥ
କରୁଣାରେ ଭରା ଦୟ।ର କିରଟୀ (2ଥର )
ମସ୍ତକେ ତୋହର କରନ୍ତି ଭୂଷିତ ॥
ଦେଇ ନିତ୍ୟ ଆହାର
କରି ମୁଖ ତୃପ୍ତ ଦେଇ ନିତ୍ୟ ଆହାର
ବାଜପକ୍ଷୀ ସମ ନୂତନ ଯୌବନ୍ ( 2ଥର )
ବଢି ଯଠେ ତହୁଁ ଶକତି ତୋହର ॥
ଆରେ ମନ ମୋହର
ପାପ ପାଇଁ ତୋର ଆରେ ମନ ମୋହର
ଈଶ୍ଵର ନନ୍ଦନ ଯୀଶୁ ପ୍ରଭୁ ଜାଣ ( 2 ଥର )
ଛକି କାଠ ପରେ ଦେଲେ ସ୍ଵଜୀବନ ॥
କବରୁ ତିନିଦିନେ
ଉଠିଲେ ସ୍ଵଦେହେ କବରୁ ତିନିଦିନେ
ଲରିତୁ ବିଶ୍ଵାସ ନ ହୋଇ ବିନାଶ (2 ଥର )
ଲଭିଛୁ ସ୍ଵର୍ଗୀୟ ଜୀବନ ଅନନ୍ତ ॥
he mora mana sada
dhanyabada kara
he mora mana sada
he mora antara ga'a nirantara (2 thara)
pabitra namare sadaprabhunkara
he mora mana sada.
tanka dana sakala
kebe na pasora tanka dana sakala
je tuma adharma sabukari ksama (2 thara)
karanti nutana jibana pradana.
rogaru kari sustha
binasaru mukta rogaru sustha
karunare bhara dayara kirati (2 thara)
mastake tohara karanti bhusita.
de'i nitya ahara
kari mukha trupta de'i nitya ahara
bajapaksi sama nutana yauban (2 thara)
badhi yathe tahum sakati tohara.
are mana mohara
papa pa'i tora are mana mohara
isvara nandana jisu prabhu jana (2 thara)
chaki katha pare dele svajibana.
kabaru tinidine
uthile svadehe kabaru tinidine
karitu bisvasa na ho'i binasa (2 thara)
labhichu svargiya jibana ananta.