top of page

He mora mana sada

ହେ ମୋର ମନ ସଦା

ଧନ୍ୟବାଦ କର ହେ ମୋର ମନ ସଦା

ହେ ମୋର ଅନ୍ତର ଗାଅ ନିରନ୍ତର (2 ଥର )

ପବିତ୍ର ନାମରେ ସଦାପ୍ରଭୁଙ୍କର

ହେ ମୋର ମନ ସଦା ॥


ତାଙ୍କ ଦାନ ସକଳ

କେବେ ନ ପାଶୋର, ତାଙ୍କ ଦାନ ସକଳ

ଯେ ତୁମ ଅଧର୍ମ ସବୁକରି କ୍ଷମା ( 2ଥର )

କରନ୍ତି ନୂତନ ଜୀବନ ପ୍ରଦାନ ॥


ରୋଗରୁ କରି ସୁସ୍ଥ

ବିନାଶରୁ ମୁକ୍ତ ରୋଗରୁ ସୁସ୍ଥ

କରୁଣାରେ ଭରା ଦୟ।ର କିରଟୀ (2ଥର )

ମସ୍ତକେ ତୋହର କରନ୍ତି ଭୂଷିତ ॥


ଦେଇ ନିତ୍ୟ ଆହାର

କରି ମୁଖ ତୃପ୍ତ ଦେଇ ନିତ୍ୟ ଆହାର

ବାଜପକ୍ଷୀ ସମ ନୂତନ ଯୌବନ୍ ( 2ଥର )

ବଢି ଯଠେ ତହୁଁ ଶକତି ତୋହର ॥


ଆରେ ମନ ମୋହର

ପାପ ପାଇଁ ତୋର ଆରେ ମନ ମୋହର

ଈଶ୍ଵର ନନ୍ଦନ ଯୀଶୁ ପ୍ରଭୁ ଜାଣ ( 2 ଥର )

ଛକି କାଠ ପରେ ଦେଲେ ସ୍ଵଜୀବନ ॥


କବରୁ ତିନିଦିନେ

ଉଠିଲେ ସ୍ଵଦେହେ କବରୁ ତିନିଦିନେ

ଲରିତୁ ବିଶ୍ଵାସ ନ ହୋଇ ବିନାଶ (2 ଥର )

ଲଭିଛୁ ସ୍ଵର୍ଗୀୟ ଜୀବନ ଅନନ୍ତ ॥

he mora mana sada

dhanyabada kara

he mora mana sada

he mora antara ga'a nirantara (2 thara)

pabitra namare sadaprabhunkara

he mora mana sada.

 

tanka dana sakala

kebe na pasora tanka dana sakala

je tuma adharma sabukari ksama (2 thara)

karanti nutana jibana pradana.

 

rogaru kari sustha

binasaru mukta rogaru sustha

karunare bhara dayara kirati (2 thara)

mastake tohara karanti bhusita.

 

de'i nitya ahara

kari mukha trupta de'i nitya ahara

bajapaksi sama nutana yauban (2 thara)

badhi yathe tahum sakati tohara.

 

are mana mohara

papa pa'i tora are mana mohara

isvara nandana jisu prabhu jana (2 thara)

chaki katha pare dele svajibana.

 

kabaru tinidine

uthile svadehe kabaru tinidine

karitu bisvasa na ho'i binasa (2 thara)

labhichu svargiya jibana ananta.

bottom of page