
He sakala desa
ହେ ସକଳ ଦେଶ ପ୍ରଭୁଙ୍କ ଉଦ୍ଦେଶ୍ୟରେ
ଆନନ୍ଦ ଧ୍ଵନି କର
ଆସ ହୃଷ୍ଟ ଚିତ୍ତେ ସେବା କର ସର୍ବେ
ମହାମହିମ ପ୍ରଭୁଙ୍କର
ଆନନ୍ଦ ଉଲ୍ଲାସେ ଗାନ କରୁ କରୁ
ଶ୍ରୀ ଛାମୁରେ ପ୍ରବେଶ କର॥
ହୁଅ ସର୍ବେ ଜ୍ଞାତ ପ୍ରଭୁ ଯେ ଈଶ୍ଵର
ସେ ଆମ ନିର୍ମାତା ଆମେ ତାହାଙ୍କର
ମେଷ ତାଙ୍କ ଚରା ଭୂମିର
ସେ ଆମ ଈଶ୍ଵର ଆମେ ତାହାଙ୍କର
ମେଷ ଆମେ ତାଙ୍କ ପଲର॥
ଧନ୍ୟବାଦ ସହ ପ୍ରବେଶ ଦ୍ଵାରରେ
ସ୍ତବଗାନ କର ତାଙ୍କ ପ୍ରାଙ୍ଗଣରେ
ତାଙ୍କ ସ୍ତୁତି କର ତାଙ୍କ ସ୍ତୁତି କର
ଧନ୍ୟବାଦ ଅର୍ପଣ କର
ସେ ଆମ ଈଶ୍ଵର ଆମେ ତାହାଙ୍କର
ମେଷ ଆମେ ତାଙ୍କ ପଲର॥
ସେ ମଙ୍ଗଳମୟ ଚିର କାଳ ପାଇଁ
ପ୍ରେମ ଦୟ। ତାଙ୍କ କେବେ ସରେ ନାହିଁ
ତାଙ୍କ ବିଶ୍ଵସ୍ତତା ତାଙ୍କ ବିଶ୍ଵସ୍ତତା
ତାଙ୍କ ବିଶ୍ଵସ୍ତତା ଅପାର
ସେ ଆମ ଈଶ୍ଵର ଆମେ ତାହାଙ୍କର
ମେଷ ଆମେ ତାଙ୍କ ପଲର॥
He sakala desa
prabhunka uddesyare
ananda dhvani kara
asa hrusta chitte seba kara sarbe
mahamahima prabhunkara
ananda ullase gana karu karu
sri chamure prabesa kara.
1) hu'a sarbe jnata prabhu je isvara
se ama nirmata ame tahankara
mesa tanka chara bhumira
se ama isvara ame tahankara
mesa ame tanka palara.
2) dhanyabada saha prabesa dvarare
stabagana kara tanka pranganare
tanka stuti kara tanka stuti kara
dhanyabada arpana kara
se ama isvara ame tahankara
mesa ame tanka palara.
3) se mangalamaya chira kala pa'i
prema daya. tanka kebe sare nahi
tanka bisvastata tanka bisvastata
tanka bisvastata apara
se ama isvara ame tahankara
mesa ame tanka palara.