
Isworo moro ashroyo
ଈଶ୍ୱର ମୋର ଆଶ୍ରୟ ନିକଟ ସହାୟ
ନିର୍ଭର ମୋ ତାଙ୍କ ବଳେ
ନାହିଁ ଆଉ ଭୟ
ଦକ୍ଷିଣ ପାର୍ଶ୍ଵ ଛାୟା ସେ ଯେ
ଜୀବନ ସାଥି ପ୍ରେମିକ
ଅଶେଷ ତାଙ୍କ କରୁଣା ଧାରା
ମଙ୍ଗଳଦାନ ଅନେକ
ଦିନରେ ସୂର୍ଯ୍ୟ ରାତିରେ ଚନ୍ଦ୍ର
ନ କରିବ ଆଘାତ
ଦୃଢ଼ ଶଇଳ ତାଙ୍କ ପ୍ରତି ମୋ
ରହିଛି ଭକ୍ତି ଲୟ
ବ୍ୟସ୍ତ କିମ୍ପା ମନ ହରିଣୀ
ଘେରି ଆସେ ଯେବେ ବିପଦ
ହେଜିଲେ ତାଙ୍କ ମଧୁର ନାମ
ଦୂର ହେବ ଯେତେ ସଙ୍କଟ
ପ୍ରଭୁ କେବଳ ମହିୟାନ
ଆମରି ପରିତ୍ରାଣ
ଧନ୍ୟ ଲଭୁ ଏ ଛାର ଜୀବନ
ଗାଇ ତାଙ୍କରି ଜୟ
Ishwara mora ashraya nikata sahaya
nirbhara mo tanka bale
nahin au bhaya
dakhino parshwa chayaa se je,
jibana sathi premika
ashesha tanka karuna dhara
mangalodano aneka
dinare surjya ratire chandra,
na kariba aghata
drudha shaila tanko prati mo,
rahichi bhakti laya
byasta kimpa mana harini,
gheri ase jebe bipada
hejile tanka madhura nama
dura heba jete sankata
prabhu kebala mahiyaana,
amara paritrana
dhanya labhu a chara jibana,
gai tankari jaya