top of page

Jaya jisu moro prabhu

ଜୟ ଯୀଶୁ ମୋର ପ୍ରଭୁ

ତୁମ ନାମ ଧନ୍ୟ ହେଉ


ପଡ଼ିଥିଲି ପାପ ପଙ୍କେ ମୁହିଁ ଅନ୍ଧାରେ

ଉଦ୍ଧାରିଲ ମୋତେ ପ୍ରଭୁ ସ୍ଵହସ୍ତରେ

କେଡେ ଦୟା କଲ କେଡେ ପ୍ରେମ କଲ

ତୁମରି ଅନୁଗ୍ରହରେ


ହୃଦୟରେ ପୂର୍ଣ୍ଣ ଥିଲା ପାପ ଅନ୍ଧକାର

ତୁମ ଜ୍ୟୋତିବଳେ କଲ ଦୂର ତିମିର

ଆଲୋକ ଆଣିଲ ଅନ୍ଧାର ଦୂର କଲ

ତୁମରି କରୁଣାରେ


କେଡେ ଉତ୍ଥାନ ପତନ ଆସିଲା ଜୀବନେ

ତୁମେ ଆସି ରକ୍ଷା କଲ ଅତି ଜତନେ

ତ୍ୟାଗ କଲ ନାହିଁ ବିତାଡ଼ିଲ ନାହିଁ

ରଖିଲ ପ୍ରେମା କର୍ଷଣେ


bottom of page