top of page

Jeun dino dekhili se chabi
ଯେଉଁଦିନ ଦେଖିଲି ସେ ଛବି
କାଲବରୀ ତୀରେ ବହିଲା ପ୍ରେମରେ
ରକ୍ତର ନଦୀ
କହିଲି ଯୀଶୁହେ ତୁମ ଦେହେ କିମ୍ପା
ବେଦନାର କଷାଘାତ
କହିଲେ ସେ ମୋତେ ପାପ ପାଇଁ ତୋର
କରୁଅଛି ପ୍ରାୟଶ୍ଚିତ
ପଚାରିଲେ ପ୍ରେମରେ ସେ ମୋତେ
ତୋର ମୁକ୍ତି ପାଇଁ ସହୁଛି ଏ ଦୁଃଖ
ପାରୁକି ଅନୁଭବି , ପାରୁକି ଅନୁଭବି ?
ଢାଳି ମୁଁ ଲୋତକ କହିଲି ଅଧୀରେ
ଅଟେ ମୁଁ ଯେ ପ୍ରତାରକ
କ୍ଷମା କରି ପ୍ରଭୁ ପାପ ଯେତେ ମୋର
କରୁଅଛି ଅନୁତାପ
ପ୍ରେମ ବହି କହିଲେ ସେ ମୋତେ
ଆଜିଠାରୁ ମୁହଁ ସାରା ଜୀବନ ତୋ
ପାଶେ ପାଶେ ଥିବି କେବେ ନ ଛାଡ଼ିବି
bottom of page