top of page

Jisu karanti rajya ki gauraba re

ଯୀଶୁ କରନ୍ତି ରାଜ୍ୟ କି ଗୌରବରେ 

ଆଣ୍ଠୁ ପକାଅ ସର୍ବଦେଶୀ ଛାମୁରେ 


ଆସ ଆସ ସକଳ ରାଜା ପ୍ରଜାଗଣ

କର ତାଙ୍କୁ ଗୌରବେ ମୁକୁଟ ଭୂଷଣ 

ଧନ୍ୟବାଦ ପ୍ରାର୍ଥନା ପ୍ରଶଂସା ରୂପ ବଳି 

ଜୟ ସ୍ଵରୂପ ଧୂପ ତାଙ୍କୁ ଉତ୍ସର୍ଗ କରି 

ରାଜଦଣ୍ଡ ତାଙ୍କର ଆଲିଙ୍ଗନ ହେ କର 

ଗାଅ ଧାର୍ମିକେ ଜୟ ସ୍ତୁତିରେ 


କର ହେ ଆନନ୍ଦଧ୍ଵନି ଅତି ଉଚ୍ଚରେ 

ତ୍ରାଣକର୍ତ୍ତା କରୁଛନ୍ତି ରାଜ୍ୟ ଖିତିରେ 

ରାଜାମାନଙ୍କ ରାଜା ସକଳେ ତାଙ୍କ ପ୍ରଜା 

ପ୍ରଭୁମାନଙ୍କ ପ୍ରଭୁ ଅଟନ୍ତି ସେ ସ୍ଵୟମ୍ଭୁ 

ଏହି ମହତ ନାମ ହୋଇଅଛି ଲେଖିନ 

ତାଙ୍କ ଜଂଘ ବସନ ଉପରେ 


ଅଟଇ ଯେ ଅବିନାଶ୍ୟ ତାହାଙ୍କ ରାଜ୍ୟ 

ତାଙ୍କ କର୍ତ୍ତାପଣ ଅଟଇ ଅନିବାର୍ଯ୍ୟ 

ହୋଇଛି ତାଙ୍କୁ ଦତ୍ତ ସମୁଦାୟ ଜଗତ 

ମୃତ୍ୟୁ ପରଲୋକର କଞ୍ଚି ତାଙ୍କୁ ଅର୍ପିତ 

ଉଠ ହେ ଶତ୍ରୁଗଣ ହୋଇଣ କମ୍ପମାନ 

ଆଣ୍ଠୁ ପକାଅ ତାଙ୍କ ଛାମୁରେ 

bottom of page