top of page

Kalbori re dhanya kalborire

କାଲବରୀରେ ଧନ୍ୟ କାଲବରୀରେ

ଚଢ଼ିଥିଲେ ମୋର ପାଇଁ ଯୀଶୁ କୃଶରେ


ଦୁଃଖ ନିନ୍ଦା ସହିଲେ ଫେରିକି ନ କହିଲେ

ବଧ ଯୋଗ୍ୟ ମେଷ ତୁଲ୍ୟ ମୁଖ ନ ଫିଟାଇଲେ


କେଡେ ପ୍ରେମ ନ କଲେ ନିଜକୁ ବଳି ଦେଲେ

ମୋତେ ବଞ୍ଚାଇଣ ଦାରୁଣ ମୃତ୍ୟୁକୁ ବରିଲେ


କେଡେ ଉଚ୍ଚ ଗଭୀର ଅଟେ ସେ ପ୍ରେମ ସ୍ଥଳ

ଶତ୍ରୁ ଲାଗି ଏଡ଼େ ପ୍ରେମ କାହିଁ ଅଛି କାହାର


ମୋତେ ଦେବାକୁ ଧନ ନିଜେ ହେଲେ ନିର୍ଦ୍ଧନ

ଅନନ୍ତ ଜୀବନ ଧନ କଲେ ମୋତେ ପ୍ରଦାନ


ତପ୍ତ ରକତ ଧାର ସେ ଅମୃତ ପୟର

ଝରୁ ଅଛି ନିରନ୍ତର ଅସରନ୍ତି ଭଣ୍ଡାର


ସେ ପତିତ ପାବନ ସେହି ଶରଣ ସ୍ଥାନ

ଆମ ମୁକତିର ପାଇଁ ଦେଲେ ଯୀଶୁ ଜୀବନ

bottom of page