
Kara jisunka name jayagana
କର ଯୀଶୁଙ୍କ ନାମେ ଜୟଗାନ
ମହିମା ପ୍ରଶଂସା ଘେନିବାକୁ ସେହି
କେବଳ ସିନା ସୁଭାଜନ ॥
ସ୍ଵର୍ଗରେ ଦୂତଗଣ ସିଂହାସନ
ଚତୁର୍ଦ୍ଦିଗରେ ଥାଇ ଅନୁକ୍ଷଣ,
ବୋଲିଥାନ୍ତି ସଦା ଧର୍ମ ଧର୍ମ ଧର୍ମ
ଯୀଶୁ ପ୍ରଶଂସାକୁ ଭାଜନ ॥
ଆସ ଯୋଗ କରିବା ଆମ୍ଭ ଗୀତ
ସ୍ଵର୍ଗ ଦୂତମାନଙ୍କର ସହିତ
ଏକ ସ୍ଵରେ ଯୁବାମେଷ ଧନ୍ୟବାଦ
ପ୍ରଶଂସା କରିବା ଗାୟନ ॥
କାରଣ ଆପଣା ରୁଧିର ଦେଇ
ଆମ୍ଭମାନଙ୍କୁ ସେ ପାପରୁ ଧୋଇ
କରିଛନ୍ତି ଈଶ୍ଵରଙ୍କ ନିକଟରେ
ରାଜା ଯାଜକ ସଂସ୍ଥାପନ ॥
ତଙ୍କ ମହିମା ଆଉ କର୍ତ୍ତାପଣ
ସର୍ବଦା ହେଉ ଗୌରବ ସମ୍ଭ୍ରମ
ଧନ୍ୟବାଦ, ସ୍ତୁତି ଗ୍ରହଣ କାରଣ
ସେହି କେବଳ ସୁଭାଜନ ॥
Kara jisunka name jayagana
mahima prasansa ghenibaku
sehi kebala sina subhajana.
svargare dutagana sinhasana
chaturddigare tha'i anukhyana
bolithanti sada dharma dharma
dharma jisu prasansa ku bhajana.
asa jogo kariba ambha gita
svarga dutamanankara sahita
eka svare jubamesa dhanyabada
prasansa kariba gayana.
karana apana rudhira de'i
ambhamananku se paparu dho'i
karichanti isvaranka nikatare
raja jajaka sansthapana.
tanka mahima a'u karttapana
sarbada he'u gauraba sambhrama
dhanyabada stuti grahana
karana sehi kebala subhajana.