top of page

Kara tanka dhanyabada

C F G

କର ତାଙ୍କ ଧନ୍ୟବାଦ

ଧନ୍ୟବାଦ ଧନ୍ୟବାଦ

ହେ ମୋହର ମନ ( 2 ଥର)

ମନ ପ୍ରାନ ସବୁକିଛି ମୋର

କର ତାଙ୍କ ପବିତ୍ର ନାମର ସ୍ତୁତିଗାନ

ହେ ମୋହର ମନ

ନ ପାସୋରେ ତାଙ୍କ ଦାନ ॥


କ୍ଷମା କରନ୍ତି ସେ ତୋର ପାପ ସବୁ

ସୁସ୍ଥ କରନ୍ତି ତୋହର ରୋଗ ସବୁ

ବିନାଶରୁ ତୋତେ କରନ୍ତି ଉଦ୍ଧାର

ଶିରେ ତୋ’ ଦିଅନ୍ତି ଦୟ। ମୁକଟ ॥


ସଦାପ୍ରଭୁ ସ୍ନେହଶୀଳ କୃପାମୟ

କ୍ରୋଧରେ ଧିର ସେ ଚିର ଦୟ।ମୟ

କରିଛନ୍ତି ଦୂର ଅଧର୍ମ ତୋହର

ପୂର୍ବରୁ ପଶ୍ଚିମ ଯେତିକି ଦୂର॥


ଅନିତ୍ୟ ଏହି ଜୀବନ ତୃଣ ପରି

ଦେଖୁ ଦେଖୁ ଝଡି ପଡେ ଫୁଲ ପରି

ତଥାପି ଲଭନ୍ତି ତାଙ୍କ ଭକ୍ତଜନ

ଅସୀମ କରୁଣା ମଙ୍ଗଳଦାନ ॥

Kara tanka dhanyabada

dhanyabada dhanyabada

he mohara mana (2 thara)

mana prana sabukichi mora

kara tanka pabitra namara stutigana

he mohara mana

na pasore tanka dana.


khyama karanti se tora papa sabu

sustha karanti tohara roga sabu

binasaru tote karanti ud'dhara

sire to di'anti daya mukata.


sadaprabhu snehasila krupamaya

krodhare dhira se chira dayamaya

karichanti dura adharma tohara

purbaru paschima jetiki dura.


anitya ehi jibana truna pari

dekhu dekhu jhadi pade phula pari

tathapi labhanti tanka bhaktajana

asima karuna mangaladana.

bottom of page