top of page

Karo ahe naragana

କର ଆହେ ନରଗଣ 

ଈଶ୍ବରଙ୍କ ଗୁଣଗାନ

ସେହି ସର୍ବ ସୃଷ୍ଟି କର୍ତ୍ତା

ତ୍ରିଲୋକ୍ୟ ମହାରାଜନ


ସେହି ଅନାଦି ଅନନ୍ତ

ସେହି ମହତ୍ତ୍ଵ ବିଶିଷ୍ଟ

ହୁଅ ସର୍ବ ପ୍ରାଣୀ ଭିତ

କର ତାଙ୍କ ଆରାଧନା


ସେହି ସର୍ବ ପରିତ୍ରାତା

ସେହି ମହା ମଙ୍ଗଳଦାତା

ସେହି ପ୍ରତିଫଳ ଦାତା

କର ତାଙ୍କ ଆରାଧନା


ସେହି ପ୍ରଭୁ ସର୍ବ ଜ୍ଞାତା 

ଜାଣନ୍ତି ମନର କଥା

ସେହି ପ୍ରଭୁ ସର୍ବ ଦର୍ଶୀ

କର ତାଙ୍କ ଆରାଧନା


ସେହି ସର୍ବ ଶକ୍ତିମାନ

ଦୟାରେ ସେ ବିଭୂଷଣ

ସେ ଅଟନ୍ତି ସର୍ବ ବ୍ୟାପି

କର ତାଙ୍କ ଆରାଧନା


ସେହି ମହାପରାକ୍ରମୀ

ଅଟନ୍ତି ଜଗତ ସ୍ବାମୀ

ଆମ୍ଭେ ସର୍ବେ ତାଙ୍କ ସୃଷ୍ଟ

କର ତାଙ୍କ ଆରାଧନା


ଆହେ ସର୍ବ ନରଗଣ

ଗାଅ ତାଙ୍କ ଗୁଣଗାନ

କେବଳ ପ୍ରଭୁ ଯିହୋବା

ଆରାଧନାକୁ ଭାଜନ

bottom of page