top of page

Kete je uchha kede gabhiro
କେତେ ଯେ ଉଚ୍ଚ କେତେ ଗଭୀର
ବୋଧର ଅଗମ୍ୟ ପ୍ରେମ
ଯୀଶୁଙ୍କ ପ୍ରେମ କେଡେ ଅସୀମ
ଚିରନ୍ତନ ଅନୁପମ
ପାତକିର ପାଇଁ କିଏ ପାରେ ଦେଇ
ଅକାତରେ ନିଜ ପ୍ରାଣ
କୃଶୀୟ ଯାତନା ସହି ପୁଣି କିଏ
କରିପାରେ କ୍ଷମା ଦାନ
ସେ ମହା ପ୍ରେମର ପରିଚୟ ପାଇ
ପଦେ ନେଇଛି ଶରଣ
ଅନୁତପ୍ତ ହୋଇ କୃଶ ପାଶେ ମୁହିଁ
ମାନି ନେଲି ସବୁ ପାପ
ମୋତେ କ୍ଷମା ଦେଇ
ନିଜ ରକ୍ତେ ଧୋଇ
ଘୁଞ୍ଚାଇଲେ ଅଭିଶାପ
ସେ ମହାପ୍ରେମକୁ ଅନୁଭବି ମୁହିଁ
ସମର୍ପିଲି ମୋ ଜୀବନ
bottom of page