top of page

Ki dukho jantrana
କି ଦୁଃଖ ଯନ୍ତ୍ରଣା ସହିଲ ହେ ପ୍ରଭୁ
ଆମ ପାଇଁ ଧରାପରେ
ଭୁଲି କି ପାରିବୁ ସେହି ବଳିଦାନ
ଆମ ପାଇଁ ଧାରା ପରେ
ଅତୁଳନୀୟ ସେ କୃଶର ବାପ୍ତିସ୍ମ
ଅଗ୍ନି ଦଗ୍ଧ ସମ
ଇଚ୍ଛା ପିତାଙ୍କ ପାଳିବା ନିମନ୍ତେ
ଦେଲ ନିଜ ପ୍ରାଣ ଅନ୍ତେ
ଆମ ପାଇଁ ଧରାପରେ
ଗୌରବମୟ ଉତ୍ଥାନ ନିମିତ୍ତ
ଦେଇ ଜୀବନ ଅନନ୍ତ
ଅନୂତପ୍ତ ପାପୀ ତରିଲା ବିଶ୍ୱାସେ
ମରଣର ଘାଟ ଶେଷେ
ଜୀବନ ଆମରି ତାଙ୍କ ରକ୍ତେ ଧଉତ
ହେଲୁ ପାପ ପ୍ରତି ମୃତ
ତାଙ୍କ ସେବାରେ କ୍ଳେଶ ଆମ ଯେତେ
ସୁଝିକି ପାରିବ ସତେ
bottom of page