top of page

Ki gobhiro Jisu premo

।୧। କି ଗଭୀର ଯୀଶୁ ପ୍ରେମ ।

ଅମାପ ଓ ଅସୀମ !

ବହିଯାଏ ମୋ ଉପରେ

ମହାବାରିଧି ସମ !

ଚାରିଆଡେ ମୋତେ ଘେରେ

ସ୍ରୋତ ତୁମ ପ୍ରେମର

କଢ଼ାଇନିଏ ଗୃହକୁ

ମୋ ମହା ବିଶ୍ରାମର ॥

 

।୨। କି ଗଭୀର ଯୀଶୁ ପ୍ରେମ !

କୁହ ତା କୂଳେ କୂଳେ

କେଡ଼େ ପ୍ରେମ କରନ୍ତି ସେ

କେବେ ତା ନ ବଦଳେ

ରଖନ୍ତି ସେମାନଙ୍କୁ ସେ

ଯା ପାଇଁ ଦେଲେ ପ୍ରାଣ

ସ୍ବର୍ଗାସନୁ ଦେଖନ୍ତି ସେ

କରନ୍ତି ନିବେଦନ ॥

 

।୩। କି ଗଭୀର ଯୀଶୁ ପ୍ରେମ !

ଅତୁଳ ଅନୁପମ !

ଆଶିଷର ଏ ସାଗର !

ବନ୍ଦର ବିଶ୍ରାମର !

ମୋ ଲାଗି ସେ ଯୀଶୁପ୍ରେମ

ସ୍ବର୍ଗ-ବନ୍ଦର ସମ

କରେ ମୋତେ ଈଶପାଶେ

ଗୌରବେ ସଂସ୍ଥାପନ ॥

1. Ki gabhira Jisu prema.
Amapa o asima!
Bahijae mo upare
Mahabaridhi sama!
Chariade mote ghere
Srota tuma premara
Kadhainie gruhaku
Mo maha bishramara ॥

2. Ki gabhira Jisu prema!
Kuha ta kule kule
Kede prema karanti se
Kebe ta na badale
Rakhnanti semananku se
Ja pain dele pran
Swargasanu dekhanti se
Karanti nibedan ॥

3. Ki gabhira Jisu prema!
Atula anupama!
Ashishara e sagara!
Bandara bishramara!
Mo lagi se Jisuprema
Swarga-bandara sama
Kare mote ishapase
Gaurabe samsthapana ॥

bottom of page