top of page

Ki misto se jisu namo
1. କି ମିଷ୍ଟ ସେ ଯୀଶୁନାମ କର୍ଣ୍ଣେ ବିଶ୍ଵାସୀର
ତାର ଯେତେ ଶୋକ
ଭୟ ଦୁଃଖ କରେ ଦୂର ॥
2. ଭଗ୍ନପ୍ରାଣେ କ୍ଷତବାନ୍ଧେ, ହୃଦେ ଶାନ୍ତି ଦିଏ
କ୍ଷୁଧାର୍ତ୍ତଚିତ୍ତ ସେ ନାମେ ଚିର ତୃପ୍ତିପାଏ ॥
3. ସେ ନାମ ମୋ ଦୃଢଶୈଳ ମୋ ଢାଲ ଆଶ୍ରୟ
ଅନୁଗ୍ରହେ ସଦା ପୂର୍ଣ୍ଣ
ମୋର ସେ ଭଣ୍ଡାର ॥
4. ଯୀଶୁ ମୋ ବନ୍ଧୁ, ରକ୍ଷକ, ଯାଜକ, ପାଳକ
ମୋ ପ୍ରଭୁ ପଥ ଜୀବନ
ସର୍ବସ୍ଵ ମୋହର ॥
5. ସେ ଅସୀମ ପ୍ରେମ ସଦା ଘୋଷିବି ଜୀବନେ
ତୁମ ନାମେ ଆତ୍ମା ତୃପ୍ତି ଲଭିବି ମରଣେ ॥
bottom of page