top of page

Krupa nirjhoro tharu boro kanyanku

କୃପା ନିର୍ଝରଠାରୁ ବର କନ୍ୟାଙ୍କୁ

କରୁଣା ସଦା ଆବୋରୁ । ଘୋଷ |

ଯେଉଁ ପ୍ରଭୁ ସ୍ଥାପିଛନ୍ତି ଏହି ନିୟମ,

ତାଙ୍କ ଆଶୀର୍ବାଦ ବୃଷ୍ଟି ହେଉ ଉପରୁ । ୧ ।

 

କାନ୍ନା ବିବାହରେ ଯେ ଥିଲେ ନିମନ୍ତ୍ରିତ,

ତାହାଙ୍କ ପ୍ରସନ୍ନ ଦୃଷ୍ଟି ହେଉ ଉର୍ଧ୍ୱରୁ । ୨ ।

 

ଆଉ ଶାନ୍ତିଦାତା ଧର୍ମ ଆତ୍ମାଙ୍କଠାରୁ

ଶାନ୍ତି ଆନନ୍ଦ ଓହ୍ଲାଇ ବେଷ୍ଟନ କରୁ । ୩ ।

 

ଏ ଦୁଇ ପ୍ରତି କଲ୍ୟାଣ ହେଉ ଉପରୁ ,

ଯେଣେ ଗଲେ ତେଣେ ତାଙ୍କ କରୁଣା ଘେରୁ ।୪ ।

 

ଏକ ପ୍ରେମେ ଏକାଙ୍ଗରେ ମନ ହିଁ ମିଳୁ ,

ମୃତ୍ୟୁ ବିନା କେବେ କେହି ଭିନ୍ନ ନ କରୁ । ୫ ।

bottom of page