top of page

Kuho kalabari

କୁହ କାଲବରି ନୀରବ ନ ରହି

କୃଶର କରୁଣ କଥା

ସତେକି ତୋ ଦେହେ ଝୁଲିଥିଲେ କେହି

ନୁଆଇଁ ଆପଣା ମଥା

କାଲବରୀ କାଲବରୀ କୁହ କାଲବରୀ 


ଆକୁଳ କଣ୍ଠରେ କେହି

ଉଚ୍ଚାରିଲେ ଏହି ଧ୍ୱନି

ଏଲୋହି ଏଲୋହି ଲମା ସବକଥାନି

ପୂର୍ଣ୍ଣ କରି ଭାବବାଣୀ


ବେଦନାର ଏ ଗୁହାରି

ଶୁଭିଲା କି ତୋ ଉପରି

ପିତା କ୍ଷମା କର, ପାପ ମନୁଷ୍ୟର

ଅଜ୍ଞାନେ ଯାଆନ୍ତି କରି


ଅନ୍ଧକାର ଭେଦ କରି

ନିରବତା ଛିନ୍ନ କରି 

ସମାପ୍ତ ହୋଇଲା କା କଣ୍ଠୁ ଶୁଭିଲା

ବିଜୟର ଏହି ବାଣୀ


bottom of page