
Mana mora staba kara
ମନ ମୋର ସ୍ତବ କର ପ୍ରଣମି ପ୍ରଭୁଙ୍କର
ଅରପୀ ନିଜକୁ ପାଦପୀଠେ
ସେ ରାଜାଙ୍କର
ସ୍ତବ କର ସ୍ତବ କର
ସେ ନିତ୍ୟ ରାଜାଙ୍କର ॥
ସ୍ମରି ତାଙ୍କ ଅନୁଗ୍ରହ,
ଦୟ। ଓ ବିଶ୍ବସ୍ତତା,
କ୍ରୋଧରେ ସେ ଧୀର ପୁଣି
ଆଶିଷେ ସେ ସତ୍ଵର
ସ୍ତବକର (2 ଥର ) ମହିମାମୟଙ୍କର ॥
ଜାଣି ଗଠନ ଆମର
ପିତାସମ ଚଲାନ୍ତି
ବହନ୍ତି ବକ୍ଷେ ତାଙ୍କର
ସୁରକ୍ଷା ସେ କରନ୍ତି,
ସ୍ତବକର (2 ଥର ) ମହିମାମୟଙ୍କର ॥
ସ୍ତବକର ଦୂତଗଣ, ସମସ୍ତ ଜୀବଗଣ
ସୂର୍ଯ୍ୟ, ଚନ୍ଦ୍ର, ତାରାଗଣ
କର ତାଙ୍କୁ ପ୍ରଣାମ
ସ୍ତବକର (2 ଥର ) ମହିମାୟଙ୍କର ॥
mana mora staba kara pranami prabhunkara
arami nijaku padapithe se rajankara
staba kara staba kara se nitya rajankara.
smari tanka anugraha, daya o bisbastata
krodhare se dhira puni asise se satvara
stabakara (2 thara) mahimayankara.
jani gathana amara pitasama chalanti
bahanti bakse tankara
suraksa se karanti
stabakara (2 thara) mahimayankara.
4) stabakara dutagana, samasta jibagana
suryya, chandra, taragana
kara tanku pranama
stabakara (2 thara) mahimayankara.