top of page

Mana pari prabhu mana tia dia
ମନ ପରି ପ୍ରଭୁ ମନ ଟିଏ ଦିଅ
ଭଜିବି ତୁମ ଚରଣେ
ଛାତି ତଳେ ପ୍ରଭୁ ହୃଦୟ ଟେ ଦିଅ
ଜପୁ ଥିବି ତୁମ ନାମ -2
ମୁଁ ଦିନ ହିନ ପାପୀ ମୁଁ ଅକିଞ୍ଚନ -2
ମନ ପରି ପ୍ରଭୁ ମନ ଟିଏ ଦିଅ
ହୋ.... ଦାଉଦ ଙ୍କୁ ପ୍ରଭୁ କଲ ମହାରାଜା
ଶଲମନଙ୍କୁ ମହା ଜ୍ଞାନୀ
ଅବ୍ରହାମ ଙ୍କୁ କଲ ଆଦିପିତା
ଏଷ୍ଟର ଙ୍କୁ ମହାରାଣୀ...2
ହେ...ସଦାପ୍ରଭୁ.... ଶୁଣ ମୋ ନିବେଦନ -2
ମନ ପରି ପ୍ରଭୁ ମନ ଟିଏ ଦିଅ
ହୋ....ଭାଙ୍ଗି ଯାଇଅଛି ହୃଦୟ ମୋହର
ପାପେ ପଡ଼ିଛି ମୋ ମନ
ତୁମେ ହେ ପ୍ରଭୁ ଅନାଦି ଅନନ୍ତ
ପଥ ସତ୍ୟ ଓ ଜୀବନ -2
ନିଅ ପ୍ରଭୁ କଢାଇ ପାଇବି ପରିତ୍ରାଣ -2
ମନ ପରି ପ୍ରଭୁ ମନ ଟିଏ ଦିଅ
bottom of page