top of page

Marano bijayi

ମରଣ ବିଜୟୀ ମରଣ ବିଜୟୀ

ମୃତ୍ୟୁ ନାହୁଡ ଭାଙ୍ଗି

ସେ ହେଲେ ମୃତ୍ୟୁଞ୍ଜୟୀ


ଯୀଶୁ ରାଜା ଅମର

ସର୍ବ ବଳେ ବଳିୟାର

ନିଜ ବଳେ ଜୟ କଲେ ମୃତ୍ୟୁ ପାପାତ୍ମା ଗଡ

ଯାଅ ବହନ ଭାଇ ଶୁଭ ସମ୍ବାଦ ନେଇ

ମୃତ୍ୟୁ ନାହୁଡ ଭାଙ୍ଗି

ସେ ହେଲେ ମୃତ୍ୟୁଞ୍ଜୟୀ


ଉଡ଼େ ଜୟ ପତାକା

ବାଜି ଉଠେ ମଧୁ ଗୀତିକା

ପୁଲକିତ ହୁଏ ଚିତ୍ତ ଫୁଟିଉଠେ କଳିକା

ଆଲୋକ ବିତରି ଜୀବନ ସଞ୍ଚାରୀ

ଶୟତାନ ବନ୍ଧନ 

ସେ ଦେଲେ ଯେ ଖୋଲି


ଯେବେ ଦୁଃଖ ଅନଳ

କରେ ଦାହ ହୃଦ ମୋହର

ଯୀଶୁ ମୁଖ ଚାହିଁ ସୁଖ

ଶାନ୍ତି ପାଏ ଅପାର

ଉଠିଛନ୍ତି ସେହି କବର ଫିଟାଇ

ମୃତ୍ୟୁ ନାହୁଡ ଭାଙ୍ଗି

ସେ ହେଲେ ମୃତ୍ୟୁଞ୍ଜୟୀ


bottom of page