top of page

Mo jisu rajana bina

ମୋ ଯୀଶୁ ରାଜନ ବିନା

ମୋ ଜୀବନ ବୃଥା ( ଆହା) ସିନା ହେ॥


ସେହି ମୋ ପ୍ରାଣ ଧନ

ସେହି ଅନନ୍ତ ଜୀବନ

ପୁଣି ସେହି ମୋର ନିତ୍ୟ ଭାବନା ॥

 

ଯଦି ସ୍ଵର୍ଗେ ବାସ ମୋର

ଦୂତ ସାଧୁଙ୍କ ସଙ୍ଗରେ

ମୋର ଯୀଶୁ ବିନା ନାହିଁ ସାନ୍ତ୍ଵନା ॥

 

ପାଇଲେ ସର୍ବ ଜଗତ

ତହିଁ ମନ ନାହିଁ ତୃପ୍ତ

ମୋର ଖ୍ରୀଷ୍ଟା ଭାବେ ସଦା ଶୋଚନା ॥

 

ଆହା ସେହି କି ସଡୈଲ

ଶାରୋଣ ଗୋଲାପ ଫୁଲ

ମୋର ଆଘ୍ରାଣରେ କେଡେ ବାସନା ॥

 

ତାଙ୍କ ପ୍ରସନ୍ନ ବଦନ ହରି ଦୁଃଖ କଷଣ

ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ଵନା ॥

 



ଯୀଶୁରେ ବନ୍ଧା ମୋ ପ୍ରାଣ

ଯୀଶୁ ବିନା ନାହିଁ ତ୍ରାଣ

ମୋର ନାହିଁ ନାହିଁ ଅନ୍ୟେ କାମନା ॥

Mo yisu rajana bina

mo jibana brtha (aha) sina he.


sehi mo prana dhana

sehi ananta jibana

puni sehi mora nitya bhabana.


jadi swarge basa mora

duta sadhunka sangare

mora jisu bina nahim santvana.


pa'ile sarba jagata

tahin mana nahi trupta

mora khrista bhabe sada sochana.


aha sehi ki sadaila

sarona golapa phula

mora aghranare kede basana.


tanka prasanna badana

hari duhkha kasana

mote dharma atma dane santvana.


jisure bandha mo prana

jyisu bina nahi trana

mora nahi nahi anya kamana.

bottom of page