
Mo jisu rajana bina
ମୋ ଯୀଶୁ ରାଜନ ବିନା
ମୋ ଜୀବନ ବୃଥା ( ଆହା) ସିନା ହେ॥
ସେହି ମୋ ପ୍ରାଣ ଧନ
ସେହି ଅନନ୍ତ ଜୀବନ
ପୁଣି ସେହି ମୋର ନିତ୍ୟ ଭାବନା ॥
ଯଦି ସ୍ଵର୍ଗେ ବାସ ମୋର
ଦୂତ ସାଧୁଙ୍କ ସଙ୍ଗରେ
ମୋର ଯୀଶୁ ବିନା ନାହିଁ ସାନ୍ତ୍ଵନା ॥
ପାଇଲେ ସର୍ବ ଜଗତ
ତହିଁ ମନ ନାହିଁ ତୃପ୍ତ
ମୋର ଖ୍ରୀଷ୍ଟା ଭାବେ ସଦା ଶୋଚନା ॥
ଆହା ସେହି କି ସଡୈଲ
ଶାରୋଣ ଗୋଲାପ ଫୁଲ
ମୋର ଆଘ୍ରାଣରେ କେଡେ ବାସନା ॥
ତାଙ୍କ ପ୍ରସନ୍ନ ବଦନ ହରି ଦୁଃଖ କଷଣ
ମୋତେ ଧର୍ମ ଆତ୍ମା ଦାନେ ସାନ୍ତ୍ଵନା ॥
ଯୀଶୁରେ ବନ୍ଧା ମୋ ପ୍ରାଣ
ଯୀଶୁ ବିନା ନାହିଁ ତ୍ରାଣ
ମୋର ନାହିଁ ନାହିଁ ଅନ୍ୟେ କାମନା ॥
Mo yisu rajana bina
mo jibana brtha (aha) sina he.
sehi mo prana dhana
sehi ananta jibana
puni sehi mora nitya bhabana.
jadi swarge basa mora
duta sadhunka sangare
mora jisu bina nahim santvana.
pa'ile sarba jagata
tahin mana nahi trupta
mora khrista bhabe sada sochana.
aha sehi ki sadaila
sarona golapa phula
mora aghranare kede basana.
tanka prasanna badana
hari duhkha kasana
mote dharma atma dane santvana.
jisure bandha mo prana
jyisu bina nahi trana
mora nahi nahi anya kamana.