top of page

Mote khoji khoji jisu aile

ମୋତେ ଖୋଜି ଖୋଜି ଯୀଶୁ ଅଇଲେ

ମୋ ଛାର ପାଇଁକି ସରଗ ତିଆଗି

ଅଶେଷ ଯାତନା ସହିଲେ


ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚେ

ଖୋଜି ଖୋଜି ଶେଷେ ପାଇଲେ

ଆହା କି ଆଦରେ ପରମାନନ୍ଦରେ

ଧୂଳି ଝାଡି କୋଳେ ଧଇଲେ


ଜୀବନ ଦେବତା ଅତି ମଳିନତା

ଦେଖି ମନେ ବ୍ୟଥା ପାଇଲେ

ନିଗାଡି ନିଜର ହୃଦୟ ରୁଧିର

ନିଜ ଅନୁରୂପେ ଧୋଇଲେ


ମୋର ଦୁଃଖ ଚିନ୍ତା ଦୋଷ ଦୁର୍ବଳତା

ଆପଣେ ଶ୍ରୀଅଙ୍ଗେ ବହିଲେ

ମରଣ ଦାରୁଣ ପଣରେ ନବୀନ

ଜୀବନର ମାର୍ଗ ନିହିଲେ


ମରଣର ଭିତି କୃଶଯନ୍ତ୍ରେ ଇତି

କରି ମହା ମୁକ୍ତି ବିହିଲେ

ସରଗ କାହାଣୀ ମୋ ପାଶେ ବଖାଣି

ପ୍ରେମରେ ପରାଣ ମୋହିଲେ


ସଫଳ ଜୀବନ ଯୀଶୁ ଶ୍ରୀ ଚରଣ

ପରିଚାର ପଣ ପାଇଲେ

ବୃଥା ଏ ଜନମ ପୂଜା ଅନୁଷ୍ଠାନ

ମହାପ୍ରଭୁ କୃପା ନୋହିଲେ


bottom of page