top of page

Nithoro ratiro udasa akase
ନିଥର ରାତିର ଉଦାସ ଆକାଶେ ,
ହସୁଥିଲା ଏକ ତାରା
ତାରାର ଆଖୁରୁ ଝରି ପଡୁଥିଲା
କରୁଣାର ସୁଧାଧାରା
ସେ ରାତିର କୋଳେ
ଜନ୍ମି ରହିଥିଲା ବେଦନା ଦୁଃଖ ଗ୍ଳାନି
ଚାହିଁ ରହିଥିଲା ଶୁଣିବ ଆଗାମୀ
ମୁକତିର ଆବାହନି
ଅନ୍ଧାର ଏଡ଼ି ଉଷାର ଆଲୋକ
ରଚିବ ନୂତନ ଆଶା
ଦିଗ ଦିଗନ୍ତେ ଉଚ୍ଚାରିତ ହେବ
ପ୍ରେମର ମଧୁର ଭାଷା
କ୍ଳାନ୍ତ ରଜନୀ ସେଇ କଥା ଭାଳି
ଶୋଇ ଯାଉଥିଲା ପରା -୧
ସରଗ ଝରକା ଖୋଲିଗଲା ସତେ
ପ୍ରେମମୟ ଦେଲେ ଚାହିଁ
କରୁଣ ରୁକ୍ଷ ମଳିନ ଧାରାକୁ
ସ୍ନେହ ଅନୁକମ୍ପା ନେଇ
ପ୍ରିୟ ସନ୍ତାନ ଧରା ରୂପି ହେଲେ
ଦେବାକୁ ପ୍ରେମର ମୂଲ
ବେଥଲିହିମର କଳୁଷ ମାଟିରେ
ଫୁଟିଲା ସରଗ ଫୁଲ ନିରାଶ ଅନ୍ତର
ନବ ଉନ୍ମାଦେ ଦେଲା ଆନନ୍ଦ ଭରା –୨–
bottom of page