top of page

Prabhu jisu namo harsha karo gano
0. ପ୍ରଭୁ ଯୀଶୁନାମ ହର୍ଷ କର ଗାନ
ତ୍ରିଭୁବନେ ନାହିଁ ଆଉ ସେ ନାମ ସମାନ ॥
1. ଯୀଶୁ ଅବତୀର୍ଣ୍ଣ ହେଲେ ପାପୀଙ୍କ କାରଣ
ପାପୀ ପାପ ଅଙ୍ଗେ ବହି
ହେଲେ ବଳିଦାନ ॥
2. ସେହି ସିନା ଜଗତର ପତିତପାବନ
ଜଗଜ୍ୟେ।ତିଃ ଦୀନବନ୍ଧୁ
କୃପାରେ ମହାନ ॥
3. ପ୍ରେମମୟ ସ୍ଵୟମ୍ଭୁ ସେ ଯୀଶୁ ସନାତନ
ପାପୀ ପାଇଁ ଦେଇ ପ୍ରାଣ
କଲେ ମୁକ୍ତିଦାନ ॥
4. କି କୋମଳ କି ମଧୁର ତାଙ୍କର ବଚନ
ନିରାଶ ପାପୀକୁ ଲାଗେ ଅମୃତ ସମାନ ॥
5. କେଡେ ପବିତ୍ର ନିର୍ମଳ ତାଙ୍କ ଆଚରଣ
କି ଐଶ୍ଵର୍ଯ୍ୟ ତେଜଶକ୍ତି କଲେ ପ୍ରକାଶନ ॥
6. ବୋଲ ଧନ୍ୟ ଧନ୍ୟ ଧନ୍ୟ
ସେ ଯୀଶୁଙ୍କ ନାମ
ଧର୍ମ ଧର୍ମ ଧର୍ମ ବୋଲି କର ସମ୍ବୋଧନ ॥
bottom of page