top of page

Prabhu Karunare ashrya kari

ପ୍ରଭୁ କରୁଣାରେ ଆଶ୍ରୟ କରି

ତାଙ୍କ ବିଧିସବୁ ହୃଦେ ଆଚରି

ଲକ୍ଷ୍ୟ ରଖି ପଦଚିହ୍ନ ଯିବି ମୁଁ ଅନୁସରି ॥

 

ଏହି ଜଗତ ଦେବନାହିଁତ

ମନେ ସୁଖ ଶାନ୍ତି କିଛିତ

ନାହିଁ ମୃତ୍ୟୁଝରା ଯୀଶୁ ପାଶେ ଭରା

ଅନନ୍ତ ଜୀବନର ଝରୀ ॥

 

ହୃଦବେଦନା ଚିନ୍ତା ଭାବନା

ପ୍ରଲୋଭନ ପରିକ୍ଷା ନାନା

ହୁଅଇ ପ୍ରବଳ ହେବି ମୁଁ ସବଳ

ପ୍ରିୟତମ ବୁକୁ ଆବୋରି ॥

 

କେଡେ ଉତ୍ତମ ମୋ ପ୍ରିୟତମ

ଜାଣନ୍ତି ମୋ ସମସ୍ୟାମାନ

ମହତ ଆଶ୍ରୟ ନିକଟ ସହାୟକ

ସଂକଟେ ରଖିବେ ଆବୋରି ।।

 

ମହମବତୀ ଜଳେ ଯେମିତି

ଶେଷହେବା ଯାଏ ଝଟତି

ମୋ ସାରାଜୀବନ ଗୌରବ କାରଣ

ଜଳିଯିବି ନାମ ସୁମରି ॥

bottom of page