top of page

Prasansa gauraba kara

ପ୍ରଶଂସା ଗଉରବ କର 

ରାଜାଧିରାଜ ପ୍ରଭୁଙ୍କର 

ସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟ 

ସେ ଯେ ପରିତ୍ରାଣ ଆକାର –o 


ଅନାଦି ଅନନ୍ତ ନିତ୍ୟ ଜୀବିତ 

ସର୍ବ ଶକ୍ତିମାନ ପ୍ରେମେ ବିଭୂଷଣ 

ଅତୁଳନୀୟତା ଦୟା କ୍ଷମା ଗୁଣ 

ଆମ ମର ଜୀବନ ବର -୧ –


ଈଶ୍ବରଙ୍କ ପୁତ୍ର ହୋଇ ଦେହବନ୍ତ 

ପ୍ରକାଶିଲେ ବିଶ୍ୱ ଜୀବନର ପଥ 

ବୁହାଇ ଶୋଣିତ ପାପୀଙ୍କ ନିମିତ 

କଲେ ଦୟା ପ୍ରେମ ଅପାର -୨– 


ଆହେ ନରଗଣ କର ଜୟଗାନ 

ସୁମରି ତାହାଙ୍କ ବହୁମୂଲ୍ୟଦାନ 

ପ୍ରୟୋଜନ ଯାହା କରନ୍ତି ପ୍ରଦାନ 

ପାଶେ ଥାଇ ତୋ ପ୍ରତିକ୍ଷଣ - ୩ – 

bottom of page