top of page

Priya prabhu jisu mo rajana jisu

ପ୍ରିୟ ପ୍ରଭୁ ଯୀଶୁ ମୋ ରାଜନ ଯୀଶୁ 

ସ୍ବାମୀ ମୋର ପ୍ରିୟ ତୁମେ 

ପରମ ସୁନ୍ଦର ଆହେ ପ୍ରିୟ ମୋର 

ଦଶ ସହସ୍ର ମଧ୍ୟରେ || 


ତୁମ ବିନା ପ୍ରଭୁ ଆଉ କାହାଠାରେ 

ନାହିଁ କେବେ ପରିତ୍ରାଣ 

ବରଗଣ ମଧ୍ୟ ଆକାଶର ତଳେ 

ନାହିଁ ତ ନାମ ଏସନ ||


ମୋତେ ବଞ୍ଚାଇଲ ପାପୁ ରକ୍ଷାକଲ 

ପ୍ରାୟଶ୍ଚିତ ବଳି ହୋଇ 

ତିନିଦିନେ ପୁଣି ଉଠିଲ ହେ ପ୍ରିୟ 

ହୋଇ ମରଣ ବିଜୟୀ ॥


ପରମ ଆନନ୍ଦ ଆହେ ପ୍ରିୟତମ 

ବସେ ତୁମ ଛାୟା ତଳେ 

ତୁମରି ଫଳ ଯେ କି ସ୍ବାଦୁ ତୁଣ୍ଡକୁ 

ବର୍ଣିକି ମୁଁ ତାହା ପାରେ ।।

bottom of page