top of page

Priyatamo jisu namo bhojo bhai

ପ୍ରିୟତମ ଯୀଶୁ ନାମ ଭଜ ଭାଇ

ଭଜିଲେ ତା ଗୁଣ ସେହିତ ଜାଣଇ

କି ମଧୁର ସେ ତ ମନୋହର

କି ସୁନ୍ଦର ଅଟଇ ଅପାର, ଯୀଶୁ ପ୍ରିୟତମ... -0-

 

ଅନ୍ଧ ଦେଖେ ଛୋଟା ଚାଲେ

ମୂକ କଥା କହିପାରେ

ରୋଗଗ୍ରସ୍ଥ ହୁଏ ସୁସ୍ଥ

ମୃତ ପୁଣି ବଞ୍ଚି ପାରେ

ଯୀଶୁ ନାମ ଶକତିରେ

ଅସାଧ୍ୟ ନାହିଁ କିଛିରେ

ବିଶ୍ବାସୀ ପକ୍ଷରେ - ପ୍ରିୟତମ ..-1-

 

ଯୀଶୁ ନାମ ପରି ଅଟେ

ଏ ଭବ ପାପ ସାଗରେ

ସେହି ନାମେ ଆଶ୍ରା ନେଲେ,

ପହଞ୍ଚିବ ସ୍ଵର୍ଗ ପୁରେ

ସେହିତ ଦୃଢ଼ ଭରସା

ଅନାଥ ଜନର ଆଶା

ଶରଣ ନିଅରେ - ପ୍ରିୟତମ ..-2-

bottom of page