top of page

Sadaprabhu moro pratipalako

।0। ସଦାପ୍ରଭୁ ମୋର ପ୍ରତି ପାଳକ

ସଦାପ୍ରଭୁ ମୋର ପ୍ରିୟ ପାଳକ

ଅଭାବ ମୋହର ହେବ ନାହିଁ ।

।୧। ତୃଣମୟ ସ୍ଥାନରେ ଶୟନ କରାନ୍ତି

ସ୍ଥିର ଜଳ ପାଖେପାଖେ କଢାଇ ନିଅନ୍ତି

ସେ ମୋର ପ୍ରାଣକୁ ସୁସ୍ଥ କରନ୍ତି

ଧର୍ମ ପଥେ ମୋତେ କଢାଇ ନିଅନ୍ତି ॥

।୨। ମୃତ୍ୟୁଛାୟା ପଥରେ କରିଲେ ଗମନ

ଆପଦକୁ କେବେହେଲେ କରିବିନି ଭୟ

ତୁମେ ସହବର୍ତୀ ତୁମେ ମୋର ସାଥୀ

ସାନ୍ତୁନା ମୋହର ପ୍ରଭୁ ତୁମ ଯଷ୍ଟି ॥

।୩। ଶତ୍ରୁଗଣ ସମ୍ମୁଖେ ମେଜ ସଜାଇଛ

ତଇଳ ଢାଳି ମସ୍ତକ ସିକ୍ତ କରିଅଛ

ପାନ ପାତ୍ର ମୋର ଉଚ୍ଛୁଳି ପଡ଼ୁଛି

ମଙ୍ଗଳ ଦୟା ମୋ ହେବ ଅନୁବର୍ତୀ

ପ୍ରଭୁଙ୍କ ଗୃହ ମୋ ହେବ ନିବାସ

ଚିରକାଳ ତହିଁ କରିବି ବାସ ॥

bottom of page