
Stuti kara prasansa kara
ସ୍ତୁତି କର ପ୍ରଶଂସା କର ସଦାପ୍ରଭୁଙ୍କର
ଈଶ୍ଵରଙ୍କ ପବିତ୍ର ଧାମେ
ତାଙ୍କର ପ୍ରଶଂସା କର
ପରାକ୍ରମ ଭରା ଗଗନ ମଣ୍ଡଳେ
ତାହାଙ୍କ ପ୍ରଶଂସା କର
ସ୍ତୁତି କର ପ୍ରଶଂସା କର ସଦାପ୍ରଭୁଙ୍କର ॥
ତୂରୀ ନାଦରେ ବୀଣାର ତାନରେ
ସ୍ତୁତି କର ମହା ଆନନ୍ଦରେ
ନେବାଳ ଝଙ୍କାରେ ଖଞ୍ଜଣୀର ତାଳେ …
ନାଚି ନାଚି ତାଙ୍କ ସ୍ତୁତି କର
ତାର ବାଦ୍ୟ ସହ ବଂଶୀ ଧ୍ଵନୀରେ
ତାହାଙ୍କ ପ୍ରଶଂସା କର … ॥
ଅତୁଳନୀୟ ମହିମା ତାଙ୍କର …
କରତାଳ ସହ ସ୍ତୁତି କର
ତାହାଙ୍କ କାର୍ଯ୍ୟ ବିକ୍ରମରେ ପୂର୍ଣ୍ଣ …
ସେଥିପାଇଁ ତାଙ୍କ ସ୍ତୁତି କର
ପ୍ରାଣ ବାୟୁଧାରୀ ଆହେ ସର୍ବପ୍ରାଣୀ
ତାହାଙ୍କ ପ୍ରଶଂସା କର … ॥
Stuti kara prasansa kara
sadaprabhunkara
iswaranka pabitra dhame
tahanka prasansa kara
parakrama bhara gagana mandale
tahanka prasansa kara
stuti kara prasansa kara sadaprabhunkara.
1) turi nadare binara tanare
stuti kara maha anandare
nebala jhankare khanjanira tale
nachi nachi tanka stuti kara
tara badya saha bansi dhwanire
tahanka prasansa kara....
2) atulaniya mahima tankara ...
karatala saha stuti kara
tahanka karyya bikramare purnna ...
sethipa'im tanka stuti kara
prana bayudhari ahe sarbaprani
tahanka prasansa kara....