
Swarga pitankara stabakara
1. ସ୍ଵର୍ଗ ପିତାଙ୍କର ସ୍ତବକର
ସ୍ତୁତି ସଦାକର ତାହାଙ୍କର
ଧନ୍ୟବାଦ ଆଉ ପ୍ରଶଂସା ସ୍ତୁତିରେ
ଏହି ଧରା ହେଉ ସଦା ଭରପୁର ॥
0. ହାଲ୍ଲିଲୁୟ। ଗାଅ ( 3 ଥର )
ତାଙ୍କ ସ୍ତବ କର ॥
2. ସ୍ରଷ୍ଟା ଅଟନ୍ତି ସେ ସବୁର
ନିର୍ମାଣ କର୍ତ୍ତା ସେ ଆମର
ସେ ଅଟନ୍ତି ସତ୍ୟ ଈଶ୍ଵର
ପବିତ୍ର, ପ୍ରେମୀ, ଦୟ।ଧାର
ମନ, ପ୍ରାଣଦେଇ ତାଙ୍କ ପୁଜା କର
ସତ୍ୟ ଓ ଆତ୍ମାରେ ଆରାଧାନ କର ॥
3. କର୍ତ୍ତା ସେ ସର୍ବ ଜୀବନର
ଉଦ୍ଧାର କର୍ତ୍ତା ସେ ଆମର
ଦେଇ ସୟ ଆପଣା ପୁତ୍ରଙ୍କୁ
ପ୍ରେମ କଲେ ପାପୀ ନରଙ୍କୁ
ହୃଦ ମନ ଦେଇ ତାଙ୍କ ସ୍ତୁତିକର
ଯୋଗ୍ୟ ସେ ଈଶ୍ଵର ସ୍ତୁତି ପ୍ରଶଂସାର
1) Swarga pitankara stabakara
stuti sadakara tahankara
dhanyabada a'u prasansa stutire
ehi dhara he'u sada bharapura.
0) halliluya. ga'a (3 times)
tanka staba kara.
1) srasta atanti se sabura
nirmana kartta se amara
se atanti satya isvara
pabitra ، premi ، daya.dhara
mana pranade'i tanka puja kara
satya o atmare aradhana kara.
2) kartta se sarba jibanara
ud'dhara kartta se amara
de'i saya apana putranku
prema kale papi naranku
hruda mana de'i tanka stutikara
jogya se iswara stuti prasansara