top of page

Tumo poche chalibi
ତୁମ ପଛେ ଚାଲିବି
ଯୀଶୁ ତୁମ ପଛେ ଚାଲିବି
ଜୀବନର ଯାତ୍ରାପଥେ
ତୁମପଛେ ଚାଲିବି ।
।୧। ଯୁଆଳି ଘେନି ମୁଁ ତୁମର
ଜୀବନର ଚଲାପଥେ
ସଦା ଲକ୍ଷ୍ୟ ରଖି ତୁମରେ
ଚାଲିବି ତୁମ ଇଙ୍ଗିତେ
ତୁମ ପାଦଚିହ୍ନ ଦେଇ
ନିତି ନିତି ଆଗେଇବି ॥
।୨। ଜୀବନର ଏ ଦୁର୍ଗମ ପଥେ,
ଅଛି ଦୁଃଖ ନିନ୍ଦା ତାଡ଼ନା
ଶୟତାନର ପ୍ରଲୋଭନ
କେତେ ବିଷୟ ବାସନା
ତୁମରି ଶକତି ବଳେ
ବିଜୟ ମୁଁ ଲଭିବି ॥
।୩। ଭୟ ମୁଁ କରିବି ନାହିଁ
ମୃତ୍ୟୁର ଉପତ୍ୟକାରେ
ଚିର ସାଥୀ ହୋଇ ତୁମେ
ରହିଥିଲେ ମୋ ସଙ୍ଗରେ
ଦୁଃଖରେ ବା ସୁଖରେ
ପଛକୁ ନ ଫେରିବି
।୪। ପଶ୍ଚାତ୍ ବିଷୟ ଭୁଲି
ଲକ୍ଷ୍ୟ ରଖି ସଦା ଆଗରେ
ନିରୂପିତ ସୀମାଯାଏ
ଧାଇଁବି ତୁମ ପଛରେ
ପହଞ୍ଚି ସରଗ ସିୟୋନେ
ଚିର ବିଶ୍ରାମ ଲଭିବି
bottom of page